ଓଡ଼ିଶାଲାଇଭ ବ୍ୟୁରୋ

 ରଜ ପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର। ବିରି, ଅଳ୍ପ ଚାଉଳ, ନଡ଼ିଆ, ଘିଅ, ଗୁଜରାତିଗୁଣ୍ଡ, କାଜୁ, କିସମିସ୍, ଓ ଚିନି ଦେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ।

ରଜର ପୂର୍ବ ଦିନ ଅର୍ଥାତ୍ ସଜବାଜଠାରୁ ବିରି, ଚାଉଳକୁ ବାଟି ରଖାଯାଇଥାଏ। କେତେକ ଗ୍ରାମୀଣ ଅଞ୍ଚଳରେ ସଜବାଜ ଦିନ ହିଁ ପୋଡ଼ପିଠା କରି ରଖାଯାଏ।podo tv

ଅନ୍ୟସ୍ଥାନମାନଙ୍କରେ ରଜଦିନ ସକାଳୁ ପୋଡ଼ପିଠା ପ୍ରସ୍ତୁତ ହୁଏ । ପୋଡ଼ ପିଠା ସଂପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ଚୁଲୀରେ କରାଯାଇଥାଏ।

ଏଥିପାଇଁ ବିରି, ଚାଉଳ, ନଡ଼ିଆ ଓ ଅନ୍ୟ ସାମଗ୍ରୀକୁ ମିଶାଇ ତାକୁ କଦଳୀପତ୍ରରେ ଭଲ ଭାବେ ବାନ୍ଧି ଚୁଲି ଲିଭିଯିବା ପରେ ଅଳ୍ପ ନିଆଁରେ ପୋଡ଼ାଯାଇଥାଏ। ପରେ ଥଣ୍ଡା କରି ଖାଇବାକୁ ଦିଆଯାଏ।podo pitha ଏହି ପିଠାକୁ କେବଳ ଯେ ଘର ଲୋକେ ଖାଆନ୍ତି ତା’ ନୁହେଁ, ପଡ଼ୋଶୀ, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଘରକୁ ବି ପଠାଯାଏ।

LEAVE A REPLY

Please enter your comment!
Please enter your name here