ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ରଜ ଉତ୍ସବର ଚତୁର୍ଥ ଦିନ ଅର୍ଥାତ୍‌ ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ଜଣାଶୁଣା।

ଓଡ଼ିଆ ପରମ୍ପରାରେ ଏହି ଦିନରୁ ବେଶ୍‌ ଗୁରୁତ୍ୱ ରହିଛି। ଏହି ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ।

ଏହିଦିନ ବଡ଼ି ଭୋରୁ ଶିଳପୁଆରେ ହଳଦୀ, ସିନ୍ଦୂର, କଜଳ ପିଢ଼ା ଉପରେ ଥୁଆ ଯାଇ ପୂଜା କରାଯାଇଥାଏ। ଏଥିସହ କଳସ ଉପରେ ଆମ୍ବଡ଼ାଳ ରଖି ଧରଣୀ ମା’କୁ ସ୍ନାନ କରାଯାଏ।

ରଜସ୍ୱାଳା ନାରୀ ଭଳି ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ସକାଳୁ ସ୍ନାନ କରି ପବିତ୍ର ହୋଇଥାଆନ୍ତି ଧରଣୀ ମା’। ଧରଣୀ ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇଥାନ୍ତି।

Tags: #Raja #Festival #Culture #Odisha #BasumatiSnana

Comment