ଓଡ଼ିଶାଲାଇଭ ବ୍ୟୁରୋ

ସାରାରାଜ୍ୟରେ ଆଜି ପାଳିତ ହେଉଛି ରଜ। ଏହି ଅବସରରେ ଉତ୍ସବମୁଖର ପୂରା ଗାଁରୁ ସହର। ସବୁଠି ନୂଆ ପୋଷାକ, ପିଠା, ଦୋଲିର ଆସର। ସମସ୍ତେ ପରସ୍ପରକୁ ରଜ ଶୁଭାକାମନା ଜଣାଇ ରଜକୁ ଉପଭୋଗ କରୁଛନ୍ତିା କୁଆଁରୀ ଝିଅଙ୍କଠୁ ଆରମ୍ଭ କରି ମହିଳାମାନ ସମେସ୍ତ ରଜ ମଜା ନେଉଛନ୍ତିା

ଏହି ଗଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ରଜର ଅଭିନନ୍ଦନ ଜଣାଇଛନ୍ତିା ସେ ଟୁଇଟରେ ଲେଖିଛନ୍ତି, ‘‘ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।‘‘

LEAVE A REPLY

Please enter your comment!
Please enter your name here