ଓଡ଼ିଶାଲାଇଭ ବ୍ୟୁରୋ

 ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଙ୍ଗ ହେଉଛି ଏହାର ପୂରପଲ୍ଲୀରେ ପାଳନ କରାଯାଉଥିବା ପର୍ବପର୍ବାଣୀ। ସେଥିମଧ୍ୟରୁ ରଜପର୍ବ ପାଳନର ପରମ୍ପରା ଅନନ୍ୟ। କୃଷି ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ଦିନ ଥିଲା କୃଷିକାମରୁ ଟିକେ ବିଶ୍ରାମ ପାଇଁ ଆନନ୍ଦଉଲ୍ଲାସରେ ରଜରେ ମାତି ଯାଇଥାନ୍ତି କୃଷକ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ଗାଁରୁ ସହର। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପୂରା ପରିବେଶ।

ହେଲେ ଏବେ ପରିବର୍ତ୍ତିତ ଜୀବନଧାରାରେ ଏହି ପର୍ବ ଧୀରେ ଧୀରେ ଆଧୁନିକତା ଭିତରେ ହଜି ଗଲାଣିା ଏବେ ଆଉ ସେ ରଜର ଅନୁଭବ କରି ହେଉନିା ଏହି ପର୍ବରୁ ଗୁରୁତ୍ୱ ଏବେ ଯେମିତି ହଜି ଗଲାଣିା ସହର ତ ସହର ଗାଁରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛିା ଗୋଟିଏ ପଟେ ପୂରା ବିଶ୍ୱ ଗୋଟିଏ ଗାଁରେ ପରିଣତ ହୋଇଥିଲାବେଳେ ଆଉ ଗୋଟିଏ ପଟେ ଏହାର ସଂସ୍କୃତି ପରମ୍ପରା ଧୀରେ ଧୀରେ ସମାଜରେ ମିଳେଇ ଗଲାଣିା

ନାଁ ଏବେ ସେ ପୋଡ଼ପିଠାର ମହକ ଅଛି ନା ରାଜପାନର ଲାଲି ଅଛି ନା ଅଛି ଗାଁ ରେ ସେହି କବାଡ଼ି ଖେଳ। ଗାଁରେ ବି ଧୀରେ ଧୀରେ ସହରୀକରଣକୁ ଆପଣେଇ ନେଇଛନ୍ତିା  ବର୍ତ୍ତମାନର ପିଢ଼ି ପାଇଁ ରଜ କେବଳ ଟିଭି ପରଦାରେ ରହିଛି। ଆଜିର ପିଢ଼ି କେବଳ ଟିଭି ପରଦାରୁ ହିଁ ରଜ କ’ଣ ଜାଣୁଛନ୍ତି।  ରଜ ୩ ଦିନ ଟିଭି ପରଦାରେ ରଜକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଟିଭିରୁ ଦେଖି ଏବେର ପିଢ଼ି ରଜ ଜାଣୁଛନ୍ତି ମାତ୍ର ଆଉ ସେ ଅନୁଭବ କି ଅନୁଭୂତି ନାହିଁ।

ଏନେଇ ଓଡ଼ିଶାଲାଇଭ ଜାଣିବାକୁ ଚାହଁଥିଲା ପ୍ରକୃତରେ ଏ ପ୍ରସଙ୍ଗରେ ଲୋକଙ୍କର କ’ଣ ପ୍ରତିକ୍ରିୟା ରହିଛିା

‘‘ରଜର ମଜା ଆଉ ନାହଁ। ରଜ ସେଲିବ୍ରେସନ ଏବେୁ କୃତ୍ରିମ ଲାଗୁଛିା ଦୋଳି ଲଗାଇବା ପାଇଁ ଗଛ ନାହିଁ। ତେଣୁ ଦୋଳିର ମଜା ବି ନାହିଁ। ରଜର ସବୁଠୁ ଆକର୍ଷଣୀୟ ହେଉଛି ପୋଡ଼ପିଠା। ହେଲେ ଏବେ ଲୋକେ ଏହାକୁ ଭୁଲି ଗଲେଣି। ଏବେ କିଛି ଅନୁଷ୍ଠାନ ଏହି ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ଦୋଳି ଲଗାଉଛନ୍ତି, ପିଠା ପ୍ରସ୍ତୁତ କରୁଛନ୍ତି ମାତ୍ର ରଜର ସେହି ପୁରୁଣା ଅନୁଭବ ଆସୁନାହିଁ’’, କହିଛନ୍ତି ବିଜେଡି ମୁଖାପତ୍ର ସୁଲୋଚନା ଦାଶ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆଗରୁ ପିଲା ଦୋଲି ଖେଳି, ପାନ ଖାଇ, କବାଡ଼ି ଖେଳି ରଜର ମଜା ନେଉଥିଲୋ ହେଲେ ଆଜିର ପିଢ଼ି ସପିଂ ମଲ ଯାଇ, ସିନେମା ହଲ ଯାଇ ରଜ ପାଳନ କରୁଛନ୍ତି’’।

‘‘ରଜର ଖାଦ୍ୟ ସହିତ ନିବିଡ଼ି ସମ୍ପର୍କ ଥାଏ। ହେଲେ ଆଜିକାଲି ଆଉ ଏ ଖାଇବାର ସ୍ୱାଦ ମିଳି ପାରୁନି। ଲୋକେ ଓଡ଼ିଆ ଘର ଖାଇବାକୁ ଭୁଲି ଗଲେଣିା ସମାଜ ଏବେ ଡିଜିଟାଲାଇଜେସନ ଆଡ଼କୁ ଅଗ୍ରଗତି କରୁଛିା ଆଜିର ପିଢ଼ି ଅନଲାଇନ ଖାଇବା ଅର୍ଡର କରୁଛନ୍ତିା ମାତ୍ର ସେଠି ପୋଡ଼ପିଠା କି ମଣ୍ଡା ପିଠା ମିଳିପାରୁନି। ଆଧୁନିକତାରେ ଭିତରେ ସଂସ୍କୃତିକୁ ଭୁଲି ଗଲେଣି ଲୋକେ’’, କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ ସମ୍ପାଦକ ନୀଳାମ୍ବର ରଥ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଦିନ ଅନଲାଇନରେ ପୋଡ଼ପିଠା, ମଣ୍ଡାପିଠା ଆଦି ମିଳିବ ସେଦିନ ଅନୁଭବ ହେବ ଯେ ରଜ ବଞ୍ଚିଛି।

‘‘ଆଗରୁ ରଜରେ ସହରରେ ଥିଲେ ବି ଗାଁକୁ ଯାଉଥିଲୁା ଲାଗୁଥିଲା ପାଠ ଆଉ ଚାକିରି ପାଇଁ ସିନା ସହରରେ ରହୁଛୁ ହେଲେ ପର୍ବପର୍ବାଣି ପାଳନ ପାଇଁ ଗାଁ ହିଁ ଦରକର। ପର୍ବ ପାଳନ ପାଇଁ ଗାଁର ପରିବେଶ ଝୁମି ଉଠୁଥିଲା। ସବୁଠୁ ଆକର୍ଷଣୀୟ ଥିଲା ବାଉଁଶ ଦୋଲି ଆଉ ରଜଗୀତ। ଏବେ ଆଉ ସେ ଗୀତ ଶୁଣିବାକୁ ମିଳୁନାହଁ’’, କହିଛନ୍ତି ବିଶିଷ୍ଟ ଲେଖିକା ହିରଣ୍ମୟୀ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଲୋକେ ସଂସ୍କୃତି ଭୁଲି ଗଲେଣି ତାହା ନୁହେଁ। ଏବେ ବି ରଜ ପାଳନ ହେଉଛିା ମାତ୍ର ଟିକେ ପରବର୍ତ୍ତନ ହୋଇଛିା ପରବର୍ତ୍ତନ ହେବାବି ସ୍ୱାଭାବିକ। ପରିବର୍ତ୍ତନ ସହ ଆମକୁ ବି ଯିବାକୁ ପଡ଼ିବ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ଘରେ ପିଠାପଣା କରି ପାରିବା। ପିଲାଙ୍କୁ ବୁଲେଇବାକୁ ନେଇ ପାରିବା। ଏବେି ଲୋକେ ଦିଲ୍ଲୀରେ ଥିଲେ ବା ଲଣ୍ଡନରେ ଥିଲେ ବି ରଜକୁ ମନେ ପକାଉଛନ୍ତି।

LEAVE A REPLY

Please enter your comment!
Please enter your name here