ଓଡ଼ିଶାଲାଇଭ ବ୍ୟୁରୋ

କିଛି ଦିନ ହେବ ପ୍ରବଳ ଖରାରୁ ରାଜବାସୀଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି। ପାଗ କୋହଲା ଯୋଗୁଁ ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ପାଇଛନ୍ତି ରାଜ୍ୟବାସୀ। ସେପଟେ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

କାଳବୈଶାଖୀ ହେତୁ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଏବଂ ବଜ୍ରପାତ ସମ୍ଭାବନା ଅଛି । ୧୪ଟି ଜିଲ୍ଲାକୁ  ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଲେ ବରଗଡ, ବଲାଙ୍ଗିର, ଗଜପତି, ଗଜାଂମ, କଳାହାଣ୍ଟି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସମ୍ୱଲପୁର, ସୋନପୁର ଏହି ୧୪ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।

Comment