ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ଚାଲିଛି ରଜ ଉତ୍ସବ। ଆଜି ଏହା ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ ବୋଲି ମଧ୍ୟ କୁହାଯାଇଥାଏ। ତୃତୀୟ ଦିନରେ ବି ଝିଅ ବୋହୂ ରଜ ପାନ, ଦୋଳି ଓ ପିଠାପଣାର ମଜା ନେଉଛନ୍ତି।
ରଜ ଉତ୍ସବ ପାଳନରେ ଦୁଲୁକୁଛି ଗାଁରୁ ସହର। ଗାଁରେ ରଜ ଉତ୍ସବର ମଜା ତ ରହିଛି। ଏବେ ସହରରେ ମଧ୍ୟ ରଜର ମଜା ନେବାପାଇଁ ଅନେକ କାର୍ଯ୍ୟକ୍ରମମାନ ହେଉଛିା

ଆଜି ରଜର ତୃତୀୟ ଦିନ ହୋଇଥିଲା ବେଳେ ଆସନ୍ତାକାଲି ପାଳିତ ହେବ ବସୁମତୀ ସ୍ନାନ।
ବସୁମତୀ ସ୍ନାନ ହେଉଛି ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବ ଡ଼ାଳ ରଖି କ୍ଷୀର ଦେଇ ପୂଜା ସ୍ନାନ କରାଯାଏ।