ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରିବେ। ବଳଦେବଜୀଉଙ୍କ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ନବୀନ ପଟ୍ଟନାୟକ। ୪.୩୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଯିବେ।
ଆଉ କିଛି ଦିନ ମଧ୍ୟରେ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ସେଥିପାଇଁ ନବୀନଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଲଗାତାର ପଞ୍ଚମ ଥର ଶାସନକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ କେନ୍ଦ୍ରାପଡ଼ା ଗସ୍ତ।
କେବଳ ବଳଦେବଜୀଉଙ୍କ ଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରୁଛନ୍ତି। ଏହାପରେ ସେ ସିଧାସଳଖ ଭୁବନେଶ୍ୱର ଅଭିମୁଖେ ଫେରି ଆସିବେ।














