ଓଡ଼ିଶାଲାଇଭ୍ ବ୍ୟୁରୋ

୩୮ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଓ ପୁରସ୍କାର ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ର, ଗ୍ରାଫିକ, ଭାସ୍କର୍ଯ୍ୟ, ପାରମ୍ପରିକ ଚିତ୍ରର ପ୍ରଦର୍ଶନୀ କରାଯିବ। ଏହିସବୁ ବିଭାଗରେ ଶେଷ୍ଠ କୃତୀ ପାଇଁ ମୋଟ୍ ୮ ଜଣ ଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା, ମାନପତ୍ର ଓ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯିବ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ଶିଳ୍ପୀମାନେ ଓଡ଼ିଶା ଲଳିତ କଳା ଏକାଡେମୀ କାର୍ଯ୍ୟାଳୟ, ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟରୁ ଫର୍ମ ପାଇପାରିବେ। ଏହାସହ ଓ୍ୱେବସାଇଟ www.odishalalitkalaakademi.org ରୁ ଫର୍ମ ଡାଉନଲୋଡ କରି ପାରିବେ।

ଅଂଶ ଗ୍ରହଣକାରୀ ଶିଳ୍ପୀମାନେ ୦୬୭୪-୨୪୩୧୬୧୨, ୨୪୩୧୬୧୧ରେ ଯୋଗାଯୋଗ ମଧ୍ୟ କରିପାରିବେ।

ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଶିଳ୍ପୀମାନେ ଦୁଇଟି ରଙ୍ଗୀନ ପାସ ପୋର୍ଟ ଫଟୋ, ନିଜର କଳା କୃତିର ସର୍ବାଧିକ ୨ଟି ୭’ ଇଞ୍ଚ ଉଚ୍ଚ, ୫ଇଞ୍ଚ ଚଉଡ଼ାର ରଙ୍ଗୀନ ଫଟୋ ସହ ପ୍ରବେଶିକା ଦେୟ ୨୦୦ ଟଙ୍କା ଦେଇ ପଞ୍ଜିକୃତ କରିବାକୁ ହେବ।

ଏହି ପ୍ରବେଶିକା ଦେୟ ଏବଂ କଳା କୃତୀର ଫଟୋ ଲଳିତ କଳା ଏକାଡେମୀ କାର୍ଯ୍ୟାଳୟରେ ୧୯ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ଦାଖଲ କରି ପାରିବେ।

LEAVE A REPLY

Please enter your comment!
Please enter your name here