ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ମୋଟ୍ ୭ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସାତ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ମରୋଣତ୍ତର ଏବଂ ଅନ୍ୟ ୩ ଜଣଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ଦିଆଯାଇଛି। କୋଭିଡ କଟକଣା ପାଇଁ ସେମାନଙ୍କ ବାସଭବନକୁ ଯାଇ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

୨୦୦୯ ମସିହା ପାଇଁ ସ୍ଵର୍ଗତ ଗୋକୁଳି ବିହାରୀ ପଚ୍ଚନାୟକଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀ ଅନସୂୟା ପଚ୍ଚନାୟକ, ୨୦୧୦ ମସିହା ପାଇଁ ସ୍ଵର୍ଗତ ଅସୀମ ବସୁଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀ ଗୀତା ବସୁ, ୨୦୧୧ ମସିହା ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ମସିହା ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୪ ମସିହା ପାଇଁ ଦିନନାଥ ପାଠୀଙ୍କ ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ସୌଭାଗ୍ୟ ପାଠୀ ଏବଂ ୨୦୧୫ ମସିହା ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି।

ତେବେ ୨୦୧୩ ମସିହା ପାଇଁ ଏହି ପୁରସ୍କାର ପାଇବାକୁ ଥିବା ପଦ୍ମଭୂଷଣ ଯତୀନ ଦାସ ଏବେ ଦିଲ୍ଲୀରେ ରହୁଥିବାରୁ ସେ ନିଜେ ଆସି ଏ ପୁରସ୍କାର ଗ୍ରହଣ କରିବେ ବୋଲି ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଚିବ ଗଜେନ୍ଦ୍ର ସାହୁ ଶିଳ୍ପୀମାନଙ୍କ ବାସଭବନକୁ ଯାଇ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ଦେଇ ପରସ୍କୃତ କରିଛନ୍ତି।

Comment