ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ରାଧିକାର ଭିତ୍ତିରେ ରାଜ୍ୟରେ ବସିବ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି। ଓଡ଼ିଶାର ବରପୁତ୍ର ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ରଖିଯାଇଛନ୍ତି ଅଥଚ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇନାହିଁ ତାହା ଶୀଘ୍ର କରିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି ସରକାର। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ବୈଠକ ଗୁରୁବାର ଦିନ ବସିଥିଲା।

ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ କହିଥିଲେ ଯେ ପ୍ରତିମୂର୍ତ୍ତି ସ୍ଥାପନ ବ୍ୟତୀତ ସେଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ ମଧ୍ୟ ଆବଶ୍ୟକୀୟ ବଜେଟ ବ୍ୟବସ୍ଥା କରାଯାଇଛି। ପ୍ରତି ଦୁଇ ବର୍ଷରେ ଥରେ ମୂର୍ତ୍ତିଗୁଡ଼ିକୁ ନବୀକରଣ/ମରାମତି କରାଯିବା ପାଇଁ ସ୍ଥିର କରାଯାଇଛି।

ଏହି ବୈଠକରେ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ, ଓଡ଼ିଶା ସାହିତ୍ୟ ଓ ସଙ୍ଗୀତ ନାଟକଏକାଡେମୀ ସଚିବ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Comment