ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସଂଗ୍ରହାଳୟଠାରେ ହୋଇଥିବା ‘ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରୀ’ ଶୁକ୍ରବାର ଉଦଘାଟିତ ହୋଇଛି। କରୋନା ମହାମାରୀ ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ପ୍ରତିଷ୍ଠାନର ସମ୍ପାଦକ ସୁନିଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା ମହାମାରୀ ପାଇଁ ଏବେ ରାଜ୍ୟ ସଂଗ୍ରହାଳୟ ବନ୍ଦ ରହିଛି। କରୋନା ମହାମାରୀ ଗଲାପରେ ଏହି ଐତିହ୍ୟ ଗ୍ୟାଲେରୀକୁ ଜନସାଧାରଣମାନେ ଦେଖିବାକୁ ଯାଇପାରିବେ।

ପୂର୍ବରୁ ରାଜ୍ୟ ସଂଗ୍ରହାଳୟରେ ‘ରୟାଲ ଗ୍ୟାଲେରୀ’, ‘କଣ୍ଟେମ୍ପୋରାରୀ ଆର୍ଟ ଗ୍ୟାଲେରୀ’, ହାତୀଦାନ୍ତର କଳାକୃତିକୁ ନେଇ ସ୍ୱତନ୍ତ୍ର ‘ହାତୀଦାନ୍ତ ଗ୍ୟାଲେରୀ’ ରହିଛି। ଏବେ ଏଥିରେ ‘ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରୀ’ ସ୍ଥାନ ପାଇଛି।

Comment