ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭବତୀ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ ପାଇଁ ମହିଳାମାନେ ଅଧିକ ଚିନ୍ତିତ ଥାଆନ୍ତି। ଏହି ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଗକୁ ନିଜ ଜୀବନଶୈଳୀରେ ସାମିଲ କରନ୍ତୁ।
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗର୍ଭବତୀ ମହିଳାଙ୍କ ପାଇଁ ୫ ଯୋଗାସନ। ଏହା କରିବା ଫଳରେ ମହିଳାମାନଙ୍କ ସ୍ଵାସ୍ଥ୍ୟ ଓ ଶିଶୁ ଉପରେ ଭଲ ପ୍ରଭାବ ପଡ଼ିଥାଏ।
ତାଡ଼ାସନ
ଗର୍ଭବତୀ ମହିଳାଙ୍କ ପାଇଁ ତାଡ଼ାସନ ବେଶ୍ ଲାଭଦାୟକ। ଏହା ଶରୀରର ହାଡ଼କୁ ମଜବୁତ ରଖିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର ୬ମାସ ଯାଏଁ କରିବା ଉଚିତ୍।

ସବାସନ
ସବାସନ କରିବା ଫଳରେ ଗର୍ଭବତୀ ମହିଳାମାନଙ୍କୁ ଆରମ ମିଳିଥାଏ। ଏହା କରିବା ଫଳରେ ଗର୍ଭସ୍ଥ ଶିଶୁର ବିକାଶ ହୋଇଥାଏ।
କୋଣାସନ
ଶରୀରରେ ହାଡ଼ର ମଜବୁତ୍ ଏବଂ ଦୃଢ଼ତା ପାଇଁ କୋଣାସନ ଅଧିକ ଲାଭଦାୟକ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ। ନିୟମିତ ଭାବେ ଏହର କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଅଧିକ ଚର୍ବି ମଧ୍ୟ କମିଥାଏ।
















