ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଶନିବାର ଅଶ୍ୱିନୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି।

ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ଅନ୍ୟପକ୍ଷରେ ତାଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିଛି।

ବିଜେପି ପ୍ରାର୍ଥୀ ଅଶ୍ଵିନୀଙ୍କୁ ବିଜେଡି ସମର୍ଥନ କରୁଥିବାରୁ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ପୂର୍ବତନ ଆଇଏଏସ ଅଫିସର ତଥା ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଅଶ୍ୱିନୀ ବୈଷ୍ଣବ।

LEAVE A REPLY

Please enter your comment!
Please enter your name here