ଓଡ଼ିଶାଲାଇଭ୍ ବ୍ୟୁରୋ

ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଦୀପ୍ତଙ୍କ ନାଁରେ ମୋହର ମାରିଛନ୍ତି।

ବିରୋଧୀ ଦଳ ନେତା ବାଛିବା ପାଇଁ ଗତ ମଙ୍ଗଳବାର ଦିନ ବସିଥିଲା ବୈଠକ। ହେଲେ ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହୋଇପାରି ନଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଏବଂ ଧାମନଗର ବିଧାୟକ ମୁକ୍ତିାକନ୍ତ ମଣ୍ଡଳଙ୍କ ନାଁ ଉଠିଥିଲା। ଫଳରେ ରାଜ୍ୟ ବିଜେପି ନେତା ଏନେଇ ନିଷ୍ପତ୍ତି ନେଇପାରି ନଥିଲେ। ବିରୋଧୀ ଦଳ ନେତା ବାଛିବା ପାଇଁ ଦିଲ୍ଲୀକୁ ତାଲିକା ପଠାଇଥିଲେ। ଶେଷରେ ଦିଲ୍ଲୀର ପ୍ରଦୀପ୍ତଙ୍କ ନାଁରେ ମୋହର ମରାଯାଇଛି।

ପ୍ରଦୀପ୍ତ ଭାବନିପାଟଣା ବିଧାନସଭା ଆସନରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ଏବଂ ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here