ଓଡ଼ିଶାଲାଇଭ ବ୍ୟୁରୋ
ଯୁବିପିଢ଼ିଙ୍କୁ ପାଗଳ କରିଛି ଟିକଟକ। ଟିକଟକ ପ୍ରେମରେ ଏବେ ସମସ୍ତେ ବାୟା। ଏଥିରୁ ବାଦ ପଡ଼ି ନାହାନ୍ତି ମେଡିକାଲ କର୍ମଚାରୀ। ମେଡିକାଲ ଭିତରେ କର୍ମଚାରୀ କରିଛନ୍ତି ଟିକଟକ। ସେ ପୁଣି ମେଡିକାଲର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁରେ। ଏଭଳି ଘଟଣା ଘଟିଛି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ।
ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେଡିକାଲର ନର୍ସମାନଙ୍କ ସହିତ କିଛି ମହିଳା କର୍ମଚାରୀ ଡ୍ୟୁଟି ଟାଇମରେ ଟିକଟକ ଭିଡଓ କରି ଏଭଳି ମସ୍ତି କରିଛନ୍ତି। କେବଳ ସେତିକି ନୁହେଁ ଏସଏନସିୟୁରେ ଥିବା ଶିଶୁଙ୍କୁ ଧରି ମଧ୍ୟ ଟିକଟକ କରିବାକୁ ଏମାନେ ପଛେଇ ନାହାନ୍ତି।
ମେଡିକାଲରେ ସେବା ମନୋବୃତ୍ତିରେ ଯେତେବେଳେ କାମ କରିବା କଥା ସେତେବେଳେ କର୍ମଚାରୀଙ୍କ ଏପରି ମସ୍ତିକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଜିଲ୍ଲାପାଳ ଏହି ଘଟଣାରେ ୪ ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
















