ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ବୁଧବାର ଦୁଇଜଣ ଆଇପିଏସ ଅଫିସରଙ୍କୁ ଦୁଇଟି ବିଭାଗରେ ନିଯୁକ୍ତି କରିଛନ୍ତି। ସାମନ୍ତ ଗୋଏଲଙ୍କୁ ର’ ବିଭାଗର (ରିସର୍ଚ୍ଚ ଆଣ୍ଡ ଆନାଲିସିସ) ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବାବେଳେ ଅରବିନ୍ଦ କୁମାରଙ୍କୁ ଗୁଇନ୍ଦା ବିଭାଗର (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ଉଭୟ ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ। ସାମନ୍ତ ଗୋଏଲ ପଞ୍ଜାବ ଓ ଅରବିନ୍ଦ କୁମାର ଆସାମ-ମେଘାଳୟ କ୍ୟାଡରର ଆଇପିଏସ ଅଧିକାରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେବା ସହ ତାଙ୍କୁ ମହାନିର୍ଦ୍ଦେଶକ ପାହ୍ୟାରେ ସାମିଲ କରିଛନ୍ତି।
ବର୍ତ୍ତମାନର ଆଇବି ମୁଖ୍ୟ ରାଜୀବ ଜୈନ ଓ ର’ ସଚିବ ଅନୀଲ କେ. ଦାସମାନଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାପରେ ଦୁଇ ଅଧିକାରୀ ଦାୟିତ୍ଵ ଭାର ଗ୍ରହଣ କରିବେ।
ଗୋଏଲ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଯୋଜନାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

















