ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୧୪ରେ ସନି ଲିଓନି ଏବଂ ୟୋ ୟୋ ହନି ସିଂ ‘ଚାର ବୋଟଲ ଭୋଡକା’ ଗୀତରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ। ଏହି ଗୀତ ଚାର୍ଟବଷ୍ଟର ହିଟ ହୋଇଥିଲା।
ଏହି ଗୀତ ଜରିଆରେ କମ୍ ଦିନରେ ସେ ଶ୍ରୋତାଙ୍କ ପ୍ରିୟ ହୋଇଥିଲେ। ସେହି ଗୀତର ସଫଳତା ପରେ ଏବେ ୫ ବର୍ଷ ପରେ ଉଭୟ ଆଉ ଏକ ଗୀତରେ ଏକାଠି ହେବାକୁ ଯାଉଛନ୍ତି। ତାଙ୍କୁ ଫିଲ୍ମ ‘ଝୁଟା କହିଁକା’ରେ ଦେଖିବେ ଦର୍ଶକ।
ସନିଙ୍କ ଡ୍ୟାନ୍ସ ଦକ୍ଷତା ଓ ହନିଙ୍କ ମ୍ୟୁଜିକ ସ୍କିଲକୁ ଦର୍ଶକ ନିଶ୍ଚୟ ଖୁବ୍ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏଥିରେ ଜିମି ସିରିଗିଲ, ଲିଲେଟ ଦୁବେ, ଓମାକର କପୁର, ମନୋଜ ଜୋଶୀ ନଜର ଆସିବେ। ଫିଲ୍ମଟି ଜୁଲାଇ ୧୯ରେ ରିଲିଜ ହୋଇପାରେ।


















