ଓଡ଼ିଶାଲାଇଭ ବ୍ୟୁରୋ

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟ, କାହାଳୀ, ଶବ୍ଦରେ କମ୍ପି ଉଠୁଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ।

ବଡ଼ଦାଣ୍ଡରେ ଅନେକ ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶୀ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଭକ୍ତିର ପରିବେଶ ସୃଷ୍ଟି କରୁଛନ୍ତି। ମଝିରେ ମଝିରେ ବନାଟି କଳାକାରମାନେ ସେମାନଙ୍କ ଅପୂର୍ବ କଳା ପ୍ରଦର୍ଶନ କରୁଛନ୍ତି।

ଭକ୍ତଗଣ ଉତ୍କଣ୍ଡାର ସହ ଅପେକ୍ଷା କରିଛନ୍ତି ରଥ ଟଣାକୁ। ଗଜପତି ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥ ଟଣା।

ଏହାପୂର୍ବରୁ ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜିଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା।

ପହଣ୍ଡିର ଅନ୍ୟତମ ଆକର୍ଷଣ ଥିଲା  ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜିଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି।