ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ କରିଛନ୍ତି। ଏହି ବଜେଟରେ ସୁନା, ପେଟ୍ରୋଲ, ଡିଜେଲ, ତମାଖୁ ଦର ମହଙ୍ଗା ହୋଇଥିବା ଜଣାପଡ଼ିଛି।
ସୁନା ମୂଲ୍ୟ ଉପରେ ୨.୫ ପ୍ରତିଶତ ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଆମଦାନି ଶୁଳ୍କ ୧୦ ପ୍ରତିଶତ ଥିଲା। ଏଥିରେ ଆଉ ୨.୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି ସରକାର।
ସେହିପରି ତମାଖୁ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି। ସେହିପରି ପେଟ୍ରୋଲ, ଡିଜେଲ ଉପରେ ୧ ପ୍ରତିଶତ ଅତିରିକ୍ତ ସେସ୍ ଲାଗୁ କରାଯାଇଛି। ଫଳରେ ପେଟ୍ରୋଲ, ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ।


















