ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍‌କୋ) ପକ୍ଷରୁ ଏହାର ୟୁନିଟ୍ ଏବଂ କାର୍ଯ୍ୟାଳୟ ପରିସରରେ ସପ୍ତାହବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ବନ ମହୋତ୍ସବ ପାଳିତ ହୋଇଛି। ଆଜି ଭୁବନେଶ୍ୱରସ୍ଥିତ ନାଲ୍‌କୋର ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର୍ (ଏନ୍ଆର୍‌ଟିସି) ପରିସରରେ ଓଡ଼ିଶା ବନ ବିଭାଗ ସହ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କରାଯାଇଥିଲା।

ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଚାରା ରୋପଣ କରି ବନ ମହୋତ୍ସବର କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

ଚନ୍ଦକା ଡିଭିଜନ୍‌ର ଡିଏଫ୍‌ଓ କେଦାର କୁମାର ସ୍ୱାଇଁ, ନାଲ୍‌କୋର ବରିଷ୍ଠ ଅଧିକାରୀ ଓକର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଫଳ ଏବଂ ଔଷଧୀୟ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ଡକ୍ଟର ତପନ କୁମାର ଚାନ୍ଦ କହିଥିଲେ, ‘‘ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନରେ ୧ବର୍ଷ ଧରି ବୃକ୍ଷରୋପଣ କରିବା ପାଇଁ ନାଲ୍‌କୋର ଯୋଜନା ରହିଛି। ଏହାସହ ଆମର ଅପରେଟିଂ ୟୁନିଟ୍‌ଗୁଡ଼ିକରେ ସାମାଜିକ ଭାବେ ଲାଭଜନକ ବୃକ୍ଷର ପ୍ରଜାତି ରୋପଣ ପାଇଁ ମଧ୍ୟ ନାଲ୍‌କୋ ଲକ୍ଷ୍ୟ ରଖିଛି।’’

LEAVE A REPLY

Please enter your comment!
Please enter your name here