ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦୀର୍ଘଦିନର ଅପେକ୍ଷା ପରେ ରିଲିଜ ହୋଇଛି ଫିଲ୍ମ ‘ବାଟଲା ହାଉସ’ର ଟ୍ରେଲର। ୩ ମିନିଟର ଟ୍ରେଲରରେ ପିଲ୍ମର ସମସ୍ତ କଳାକାରଙ୍କୁ ଦେଖାଯାଇଛି। ହେଲେ ସବୁଠୁ ନିଆରା ଢଙ୍ଗରେ ନଜର ଆସିଛନ୍ତି ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଜନ ଆବ୍ରାହମ।
ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟରର କାହାଣୀକୁ ନେଇ ଫିଲ୍ମ କାହାଣୀ ଗତିଶୀଳ। ଏଥିରେ ଜନ ଡିସିପି ସଞ୍ଜୀବ କୁମାର ଯାଦବଙ୍କ କ୍ୟାରିୟରରେ ଅଭିନୟ କରିଛନ୍ତି।
ତେବେ ଫିଲ୍ମର ଟ୍ରେଲର ଦେଖି ଲାଗୁଛି ଫିଲ୍ମଟି ବକ୍ସ ଅଫିସରେ ନିଶ୍ଚୟ ହିଟ ହେବ। ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ନିଖିଳ ଆଡଭାଣୀ। ଏତିରେ ଜନଙ୍କ ବ୍ୟତୀତ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ବି ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ ହେବ। ସମାନ ଦିନରେ ଅକ୍ଷୟଙ୍କ ମିସନ ମଙ୍ଗଳ, ପ୍ରଭାସଙ୍କ ସାହୋ ମଧ୍ୟ ରିଲିଜ ହେବ।


















