ଓଡ଼ିଶାଲଇଭ ବ୍ୟୁରୋ

ପ୍ରଥମ ସେମିଫାଇନାଲରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିସାରିଛି। ଦ୍ଵିତୀୟ ଦଳ ଭାବେ କିଏ ଫାଇନାଲରେ ପ୍ରବେଶ କରିବ ଆଜିର ମ୍ୟାଚ ପରେ ତାହା ନିର୍ଣ୍ଣୟ ହୋଇଯିବ। ଦ୍ଵିତୀୟ ସେମିଫାଇନାଲରେ ଆଜି ବର୍ମିହାଂମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।

ଚଳିତ ବିଶ୍ଵକପରେ ଦୁଇ ଦଳ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦଳ ପକ୍ଷରୁ ପ୍ରାୟ ସମସ୍ତ ବ୍ୟାଟ୍ସମ୍ୟାନ ଫର୍ମରେ ରହିଛନ୍ତି।

ଜାସନ ରଏ, ଜନି ବେୟାରଷ୍ଟୋ, ଜଏ ରୁଟ, ଇୟନ ମୋର୍ଗାନ, ବେନ ଷ୍ଟୋକ୍ସ, ଜୋସ ବଟଲର ଦଳ ପାଇଁ ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିସାରିଛନ୍ତି। ସେହିପରି ବୋଲିଂରେ ମଧ୍ୟ ଜୋଫ୍ରା ଆର୍ଚର, କ୍ରିସ ଓ୍ଵକ୍ସ, ଲିଆମ ପ୍ଲୁନକେଟ ଦଳକୁ ସଫଳତା ପ୍ରଦାନ କରାଇଛନ୍ତି। ଇଂଲଣ୍ଡ ଶକ୍ତିଶାଳୀ ବ୍ୟାଚିଂ ଲାଇନ ଅଷ୍ଟ୍ରେଲିଆ ପାଇଁ ଘାତକ ହୋଇପାରେ।

ସେହିପରି ଅଷ୍ଟ୍ରେଲିଆ ଗତ ବିଶ୍ଵକପ ପରି ଏଥର ମଧ୍ୟ ଚମ୍ପିୟାନ ହେବା ଲକ୍ଷ୍ୟରେ ରହିଛି। ଦଳ ଚଳିତ ବିଶ୍ଵକପରେ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ଦଳ ପକ୍ଷରୁ ଉଭୟ ସର୍ବାଧିକ ରନ ଓ ଓ୍ଵିକେଟ ନେବାରେ ଡେଭିଡ ଓ୍ଵାର୍ନର ଓ ମିଚେଲ ଷ୍ଟାର୍କ ଆଗରେ ରହିଛନ୍ତି।

ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଆରୋନ ଫିଞ୍ଚ, ଗ୍ଲେନ ମାକ୍ସଓ୍ଵେଲ, ଷ୍ଟିଭ ସ୍ମିଥ ଭଲ ଫର୍ମରେ ରହିଛନ୍ତି। ଏହି ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ଘାତକ ହୋଇପାରେ। ତେବେ ଆଜିର ଏହି ସେମିଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିବ।

LEAVE A REPLY

Please enter your comment!
Please enter your name here