ଓଡ଼ିଶାଲାଇଭ ବ୍ୟୁରୋ

ଆମ୍ଵୁଲାନ୍ସରେ ରୋଗୀ ବଦଳରେ ହେଉଥିଲା ଗଞ୍ଜେଇ ଚାଲାଣ। ଏପରି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ଏଡପିଓ ସାଗରିକା ନାଥଙ୍କ ସହ ଟାଉନ ପୋଲିସ, ସଦର ପୋଲିସ ଓ ବୈପାରିଗୁଡା ପୋଲିସ ମିଳିତ ଭାବେ ଚଢାଉ କରି ଆମ୍ଵୁଲାନ୍ସୁ ସହ ୬୬୦ କେଜି ଗଞ୍ଜେଇ ଜବତ କରିଛି।

ଏହି ମାମଲାରେ ପୋଲିସ ୧୦ ଜଣକୁ ଗିରଫ କରିଛି। ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିବାକୁ ପୋଲିସ ବାରମ୍ବାର ଚଢାଉ କରିଥିବା ବେଳେ ପୋଲିସକୁ ଚକମା ଦେବା ପାଇଁ ଚାଲାଣକାରୀମାନେ ଏକ ନମ୍ବର ବିହୀନ ଆମ୍ବୁଲାନ୍ସ ଗାଡିରେ ସାଇରନ ବଜାଇ ଗଞ୍ଜେଇ ଚାଲାଣ କରୁଥିଲେ।

ପୋଲିସ ସନ୍ଦେହରେ ପାତ୍ରପୁଟ ନିକଟରେ ଗାଡି ଅଟକାଇବାରୁ ଚାଲାଣକାରୀମାନେ ପୋଲିସକୁ ଦେଖି ଚମ୍ପଟ ମାରିଥିଲେ। ଏହି ସମୟରେ ପୋଲିସ ଗୋଡାଇ ୪ ଅପରାଧିକୁ ଧରିବାରେ ସଫଳ ହୋଇଥିଲା ଏହି ଆମ୍ବୁଲାନ୍ସରେ ପୋଲିସ ୪୬୯ କେଜି ଗଞ୍ଜେଇ ଜବତ କରିଥିଲା। ଗିରଫ ଅପରାଧିମାନେ ଦିଲ୍ଲୀ, ଉତ୍ତରପ୍ରଦେଶ, କଳାହାଣ୍ତି ଓ ଜୟପୁର ଅଞ୍ଚଳର ବୋଲି ଏସଡିପିଓ ସାଗରିକା ନାଥ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here