ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୩ରେ ହଙ୍ଗ କଙ୍ଗ ଜନ୍ମିତ ଏହି ଅଭିନେତ୍ରୀ ତାଙ୍କ ବାର୍ଥ ଡେ ଏଥର ନିଜ ପରିବାର ସହ କାଟିବେ ବୋଲି ଜଣାପଡ଼ିଛି।

ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା କ୍ୟାଟ୍ରିନାଙ୍କ ବିଷୟରେ କିଛି କଥା…

କ୍ୟାଟ୍ରିନା ହିନ୍ଦୀ ଜାଣିନଥିଲେ ମଧ୍ୟ ବଲିଉଡରେ ବେଶ୍ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ଦିଓ୍ୱାନା କରିଛନ୍ତି। ସେ କେବଳ ହିନ୍ଦୀ ନୁହେଁ ମାଲାୟାଲମ, ତେଲୁଗୁ ଭାଷାରେ ବି ଫିଲ୍ମ କରିଛନ୍ତି।

ଫିଲ୍ମ କରିବା ପୂର୍ବରୁ ସେ ଲଣ୍ଡନରେ ମଡେଲିଂ କରୁଥିଲେ। ‘ବୁମ୍’ ଫିଲ୍ମ ଜରିଆରେ କ୍ୟାଟ ବଲିଉଡ ଡେବ୍ୟୁ କରିଥିଲେ। ଏଥିରେ ବିଗ ବି ଅମିତାଭ ବି ଥିଲେ।

ସେ ତାଙ୍କ କ୍ୟାରିୟର ଭିତରେ ଖିଲାଡି କୁମାର ଅକ୍ଷୟଙ୍କ ସହିତ ଅଧିକ କାମ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୫ଟି ଆଓ୍ୱାର୍ଡ ହାସଲ କରିଛନ୍ତି।

ଦୀର୍ଘଦିନରୁ ଭାରତରେ ରହୁଥିଲେ ମଧ୍ୟ କ୍ୟାଟ୍ରିନାଙ୍କ ନିକଟରେ ଭାରତୀୟ ନାଗରିକତା ନାହିଁ।

LEAVE A REPLY

Please enter your comment!
Please enter your name here