ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅଭୟଙ୍କୁ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ଏନେଇ ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୁଧବାର ଆଇପିଏସ୍ ଅଭୟ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଜାତୀୟ ପୋଲିସ୍ ଏକାଡେମୀର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଆଇପିଏସ୍ ଅଭୟ ହେଉଛନ୍ତି ୧୯୮୬ ମସିହା ବ୍ୟାଚ୍ ଆଇପିଏସ୍ ଅଫିସର। ଏହା ପୂର୍ବରୁ ଆଇପିଏସ୍ ଅଭୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ଥିଲେ।
ପୂର୍ବରୁ ଆଇପିଏସ୍ ଅଭୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇ ସିଆରପିଏଫ୍ର ଅତିରିକ୍ତ ଡିଜି, ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟର ଇନ୍ସପେକ୍ଟର ଜେନେରାଲ ଭାବେ କାର୍ଯ୍ୟକରି ସାରିଛନ୍ତି। ନିଜ ଘରୋଇ ରାଜ୍ୟ ଓଡ଼ିଶାରେ ଆଇପିଏସ୍ ଅଭୟ କ୍ରାଇମ୍ବ୍ରାଞ୍ଚର ମୁଖ୍ୟ, ଷ୍ଟେଟ୍ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଭଳି ବଡ଼ ପଦବୀରେ ନିଯୁକ୍ତ ଥିଲେ।









