ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଅଧ୍ୟାପକ ତରୁଣ କୁମାର ସାହୁ ସଭାପତି ଓ ଗୀତିକବି ମିନାକ୍ଷୀ ଦେବୀ ସାଧାରଣ ସଂପାଦିକା ଭାବେ ନିର୍ବାଚିତ ହୋଇଛନ୍ତି।
ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଉପସଭାପତି, ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ସଂଗଠନ ସଂପାଦକ, ସରୋଜିନୀ ମିଶ୍ର(ଗ) ପାଠାଗାର ସଂପାଦିକା, ପ୍ରକାଶକ ଶିବାଶିଷ କର କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।
ନବ ନିର୍ବାଚିତ କର୍ମକର୍ତ୍ତା ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ରବିବାର କଟକସ୍ଥିତ ଅନୁଷ୍ଠାନ ପରିସରରେ ଏହି ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।