ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରେ ବେଧଡ଼କ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଆକ୍ସନ ମୁଡ଼୍‌ରେ ପୋଲିସ। ଗୁରୁବାର ଜୟପୁର ସଦର ପୋଲିସ ଗଞ୍ଜେଇ ବୋଝେଇ କାର ଜବତ କରିଛି। ପୋଲିସ୍‌ କାର ସହିତ ୫୫ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ପୋଲିସ୍‌ ଜଣକୁ ଗିରଫ କରିଛି। ଗିରଫ ଅପରାଧି ଜଣକ ହେଲେ ଉତ୍ତରପ୍ରଦେଶର କୁମାର ନବନିତ ସିଂ(୨୩)।

ଗୁରୁବାର ଜୟପୁର ସଦର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଟାଙ୍କୁଆ ଛକ ନିକଟରେ ଚଢାଉ କରିଥିଲା। ଚଢାଉ କରି ପୋଲିସ ନାଲି ରଙ୍ଗର ରିନଲ୍ଟ କାର ଜବତ କରିଛି। କାର୍‌ରେ ୫୫ କିଲୋଗ୍ରାମର ଗଞ୍ଜେଇ ମିଳିଥିବା ବେଳେ ଜଣେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି। ପୋଲିସ ଏହି ରାକେଟ୍‌ର ଚେର ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜୟପୁର ଏସଡିପିଓ ସାଗରିକା ନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here