ଓଡ଼ିଶାଲାଇଭ ବ୍ୟୁରୋRajnath Singh Pays Tribute To Jawan At War Memorial

କାରଗିଲ ବିଜୟକୁ କୋଡ଼ିଏ ବର୍ଷ ପୂରିଛି। ଏହି ବିଜୟ ଦିବସକୁ ମନେ ପକାଇବା ପାଇଁ ସାରାଦେଶ ଆଜି ଉତ୍ସବ ପାଳନ କରୁଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେନାର ଯବାନ ସମସ୍ତେ ଆଜି ବୀରଙ୍କ ବଳିଦାନ କଥା ମନେ ପକାଉଛନ୍ତି।

ସେହି ବୀର ଯବାନଙ୍କୁ ସମ୍ମାନ ଜଣାଇ ଆଜି ଦିଲ୍ଲୀସ୍ଥିତ ଓ୍ୱାର ମେମୋରିଆଲରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଓ୍ୱାର ମେମୋରିଆଲ ଯାଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ସମୟରେ ସମୟରେ ସେନାର ବରିଷ୍ଠ ଅଧିକାରୀ, ଅନ୍ୟ କେନ୍ଦ୍ରମନ୍ତ୍ରୀ ବି ଉପସ୍ଥିତ ଥିଲେ।

ଗୋଟିଏ ପଟେ ରାଜନାଥ ସିଂହ ଓ୍ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଇଥିଲା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦ୍ରାସ ଯାଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।

Salam Sahid

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ, ଅମିତ ଶାହା ଆଦି ବରିଷ୍ଠ ନେତା ଟୁଇଟ କରି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here