ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ।

ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ କ୍ୟାବିନେଟ୍‌ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ୨ଟି ପ୍ରସ୍ତାବ ରହିଛି। ଏସିଆନ୍ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ (ଏସ୍‌ବିଏମ୍‌)କୁ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ପରିଣତ ଲାଗି ଆସିପାରେ ବିଲ୍‌। ଓପନ୍ ସ୍କୁଲ ଲର୍ଣ୍ଣଂ ବ୍ୟବସ୍ଥା ନେଇ ପ୍ରସ୍ତାବ ଆସିପାରେ।

ପୁରୀ ଓ ନବରଙ୍ଗପୁରରେ ପାନୀୟ ଜଳ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିପାରେ। ଏହାସହ ଆଇନ୍ ବିଭାଗର ଗୋଟିଲଏ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।

Comment