ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନେତାଙ୍କଠାରୁ ସାଧାରଣ ଜନତା। ସମସ୍ତେ ସୋସିଆଲ ମିଡିଆରେ ‘ଓଡ଼ିଶା ରସଗୋଲା’କୁ ନେଇ କରିଛନ୍ତି ଚର୍ଚ୍ଚା।
ରସଗୋଲା ଲଢ଼େଇରେ ଓଡ଼ିଶାର ବଡ଼ ବିଜୟ ହୋଇଛି। ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିଛି। ରସଗୋଲାର ଉତ୍ପତ୍ତି ବଙ୍ଗଳାରୁ ବୋଲି ବାଂଲାର ଯେଉଁ ତଥାକଥିତ ବୁଦ୍ଧିଜୀବୀମାନେ ଦାବି କରୁଥିଲେ ତାଙ୍କୁ ଶକ୍ତ ଝଟ୍କା ମିଳିଛି। ଓଡ଼ିଶାର ଏହି ବିଜୟ ପରେ ସୋସିଆଲ ମିଡିଆରେ ‘ଓଡ଼ିଶା ରସଗୋଲା’ ଛାଇ ଯାଇଛି।
ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ପାଇବା ପରେ ଫେସ୍ବୁକ୍ ଏବଂ ଟୁଇଟର୍ରେ ଅଭିନନ୍ଦନର ସୁଅ ଛୁଟୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ରାଜନନେତା, ପ୍ରଶାସକ ଏବଂ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ଗଣମାଧ୍ୟମରେ ମଧ୍ୟ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପ୍ରସଙ୍ଗ ପ୍ରମୁଖ ଖବର ପାଲଟିଛି। ବିଭିନ୍ନ ଟିଭି ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମରେ ଏହି ଖବର ଚର୍ଚ୍ଚାରେ ରହିଛି।
‘‘ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିବାରୁ ଖୁସି ଲାଗୁଛି। ଛେନାରେ ପ୍ରସ୍ତୁତ ଏହି ସ୍ୱାଦିଷ୍ଟ ରସଗୋଲାକୁ ଓଡ଼ିଶା ସମେତ ସାରାବିଶ୍ୱରେ ଲୋକେ ପସନ୍ଦ କରିଥାନ୍ତି। କାହିଁ କେଉଁ ପ୍ରାଚୀନ କାଳରୁ ଏହି ରସଗୋଲା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରସାଦ ଭାବେ ଲାଗି ହୁଏ’’, ଟୁଇଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Happy to share that #Odisha Rasagola has received GI Tag in Geographical Indication Registry. This mouthwatering culinary delight made of cottage cheese, loved by Odias across the world, is offered to Lord Jagannath as part of bhog since centuries #OdishaRasagola pic.twitter.com/9SchxLaAcv
— Naveen Patnaik (@Naveen_Odisha) July 29, 2019
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ସାରା ବିଶ୍ୱରେ ରହୁଥିବା ଓଡ଼ିଶାବାସୀଙ୍କ ପାଇଁ ମିଠା ଖବର। ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଖବର। କାହିଁ କେଉଁ କାଳରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲାଗି ହୋଇଥାଏ।’’
Sweetest news for every Odia across the world.
Offered to Lord Jagannath as bhog, the #OdishaRasagola is an inseparable & ancient part of Odia culture & cuisine.
GI tag for #OdishaRasagola is yet another time for us Odias,to celebrate with a bite of the mouthwatering delicacy. pic.twitter.com/zUGyHruGWz
— Dharmendra Pradhan (@dpradhanbjp) July 29, 2019
ଆଇଏଏସ୍ ଅରବିନ୍ଦ ପାଢ଼ୀ କହିଛନ୍ତି, ‘‘ଶେଷରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି। ଦ୍ୱାଦଶ ଶତାବ୍ଦୀରୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇ ଆସୁଛି। ପୃଥିବୀର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ଅଭିନନ୍ଦନ।’’
କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘‘ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ହାସଲ କରିଥିବାରୁ ସମସ୍ତଙ୍କ ପାଇଁ ଖୁସିର ବିଷୟ।
Happy that #Odisha Rasagola gets Geographical Indication (GI) tag, gets registered as ‘Odisha Rasagola’ under Geographical Indication of Goods (Registration and Protection) Act, 1999.
A Rasagola treat for all Odiyas!#Rasagola pic.twitter.com/WnC5URqrLU— Achyuta Samanta (@achyuta_samanta) July 29, 2019
ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଏନେଇ ଟୁଇଟ୍ କରି ଖୁସି ପ୍ରକାଶ କରିବା ସହ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘‘ଶେଷ ହୋଇଛି ରସଗୋଲା ଯୁଦ୍ଧ। ସ୍ୱତନ୍ତ୍ରତା ଏବଂ ଅରିଜିନାଲିଟି ପାଇଁ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ହାସଲ କରିଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ହେଉଛି ମିଠା ଖବର’’, କହିଛନ୍ତି ନୀଳାମ୍ବର ରଥ।
It is a sweet news that #OdishaRasagola gets #GITag (GI No. 612, Certificate No. 345, Class 30) for its, originality & uniqueness. #RasgullaWar is over. Odisha Rasagola has become an Icon of #OdiaPride @Naveen_Odisha @OdishaLive @narendramodi @anitaexplorer @dpradhanbjp pic.twitter.com/GhEJvcHxqE
— Nilambar Rath (@nilambarrath) July 29, 2019








ରାଜନେତାଙ୍କଠାରୁ ସାଧାରଣ ଜନତା। ସମସ୍ତେ ସୋସିଆଲ ମିଡିଆରେ ‘ଓଡ଼ିଶା ରସଗୋଲା’କୁ ନେଇ କରିଛନ୍ତି ଚର୍ଚ୍ଚା।







