ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଶୈବ ପୀଠ। ବୋଲ୍‌ବମ୍, ହରହର ମହାଦେବ ଧ୍ଵନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ମହାଦେବଙ୍କୁ ଜଳଲାଗି କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି। ଲମ୍ବା ଲାଇନ୍‌ରେ ଆସି ମହାପ୍ରଭୁଙ୍କୁ ଜଳଲାଗି କରୁଛନ୍ତି ଭକ୍ତ।

କାନ୍ଧରେ କାଉଡ଼ି, ଦେହରେ ଗେରୁଆ ବସ୍ତ୍ର ତୁଣ୍ଡରେ ହର ହର ମହାଦେବ ନାମରେ ଆଗେଇ ଚାଲନ୍ତି କାଉଡ଼ିଆ। ଜୟପୁରରୁ ୬୪ କିଲୋମିଟର ଦୂରରେ ଥିବା ଗୁପ୍ତେଶ୍ୱର ପୀଠକୁ ଭକ୍ତମାନେ ଜୟପୁରର କୋଲାବ ନଦୀରୁ ଜଳ ନେଇ ଗୁପ୍ତେଶ୍ୱର ଅଭିମୁଖେ ଯାତ୍ରା କରଥାନ୍ତି। ଗୁପ୍ତେଶ୍ୱରରେ ପହଞ୍ଚି ପୁଣି ଶାବେରୀ ନଦୀରେ ସ୍ନାନ କରି ଗୁପ୍ତେଶ୍ୱରଙ୍କ ଉପରେ ପାଣି ଢାଳନ୍ତି। କାଉଡ଼ିଆମାନେ ବର୍ଷାରେ ଭିଜି ଭିଜି ଆସି ଭୋର୍ ୪ଟାରୁ ଜଳ ଲାଗି କରୁଛନ୍ତି।

ଗୁପ୍ତେଶ୍ୱର ପୀଠରେ ଭିଡ଼କୁ ଆଖି ଆଗରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଶାବେରୀ ନଦୀ ନିକଟରେ ଜୟପୁର ଦମକଳ ବିଭାଗ ଉପସ୍ଥିତ ରହି ପିରିସ୍ଥିତିର ମୁକାବିଲା କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here