ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲି ଅନେକ ହେଡଫୋନ ଦ୍ୱାରା ଗୀତ ଶୁଣିବାକୁ ଭଲି ପାଉଛନ୍ତି। ଘଣ୍ଟା ଘଣ୍ଟା ଧରି ହେଡ ଫୋନ୍ ବ୍ୟବହାର କରୁଛନ୍ତି। ଆପଣ ବି ଯଦି ଏମିତି ଘଣ୍ଟା ଘଣ୍ଟ ଧରି ହେଡ ଫୋନ ବ୍ୟବହାର କରୁଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ। ଅଧିକ ସମୟ ହେଡ ଫୋନ ବ୍ୟବହାର କରିବା ଦ୍ୱାରା କାନ ଉପରେ ଖରାପ ପ୍ରଭାବ ପକାଇବା ସହିତ ସ୍ୱାସ୍ଥ୍ୟ ଉପରେ ଆହୁରି ଅନେକ ଖରାପ ପ୍ରଭାବ ପକାଇଥାଏ।

ସର୍ଭେ ଅନୁସାରେ ଯଦି କୌଣସି ବ୍ୟକ୍ତି ୨ ଘଣ୍ଟାରୁ ଅଧିକ ସମୟ ହେଡ୍‌ ଫୋନରେ ଗୀତ ଶୁଣେ ତେବେ ଏହାକୁ କାନ ଉପରେ ଗଭୀର ପ୍ରଭାବ ପକାଇ ଥାଏ। ଏହାଦ୍ୱାରା ବ୍ୟକ୍ତି ଶୁଣିବା ଶକ୍ତି ହରାଇବାର ଆଶଙ୍କା ଥାଏ।।

ସେହିପରି ଅଧିକ ସଭୟ ହେଡ ଫୋନରେ ଗୀତ ଶୁଣିବା ଦ୍ୱାରା ହୃଦ୍‌ ଜନିତ ରୋଗ ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ। ଅଧିକ ଭଲ୍ୟୁମରେ ଗୀତ ଶୁଣିଲେ ହୃଦ୍ ସ୍ପନ୍ଦନ ବି ବୃଦ୍ଧି ହୋଇଥାଏ। ସାଧାରଣତଃ ଯେତିକି ସ୍ପିଡରେ ହୃଦ୍‌ ସ୍ପନ୍ଦନ ହେବା କଥା ତା’ଠୁ ଅଧିକ ସ୍ପିଡରେ ସ୍ପନ୍ଦନ ହେଲେ ଏହା ହାର୍ଟକୁ କ୍ଷତି ପହଞ୍ଚାଇ ଥାଏ।

ଅଫିସ କିମ୍ବା ଘରେ ଅଧିକାଂଶ ଲୋକ ଅନ୍ୟର ହେଡଫୋନ ବ୍ୟବହାର କରିଥାନ୍ତି। ଏମିତି କରିବା ଦ୍ୱାରା କାନ ସଂକ୍ରମଣ ହେବାର ସମ୍ଭାବନା ଥାଏ।

Comment