ଓଡ଼ିଶାଲାଇଭ୍ବ୍ୟୁରୋ

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲୁକା କରିଦେଇଥାଏ ସଙ୍ଗୀତ। ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ମନ ଭଲ ରହେ ଓ ମାନସିକତା ସକରାତ୍ମକ ରହିଥାଏ। ଏମିତିକି ବିଭିନ୍ନ ରୋଗର ଯନ୍ତ୍ରଣାର ଲାଘବ ପାଇଁ ବି ସଙ୍ଗୀତର ସାହାଯ୍ୟ ନିଆଯାଇପାରେ। ଏହି ସଙ୍ଗୀତ ଶୁଣିବାକୁ ଅନେକ ଲୋକ ଭିନ୍ନ ଭିନ୍ନ ମାଧ୍ୟମ ଆପଣେଇଥାଆନ୍ତି। ଦିନ ଥିଲା ସଙ୍ଗୀତ ଶୁଣିବାର ମାଧ୍ୟମ ଥିଲା ଟେପ୍‌ ରେକର୍ଡର। ଏବେ କିନ୍ତୁ ସମୟ ବଦଳିଛି। ଏମିତିକି ଏବେର ଯୁବପିଢ଼ି ତାରଲଗା ଇୟରଫୋନ ବଦଳରେ ଇୟର-ବଡ୍ସ, ବ୍ଲୁଟ୍ୟୁଥ୍‌ ଓ ଓ୍ୱେୟାରଲେସ୍‌ ହେଡଫୋନ ଆଦିର ବହୁଳ ବ୍ୟବହାର କରୁଛନ୍ତି। ତେଣୁ ଏବେ ବଜାରରେ ଏହାର ଜୋରଦାର ଟ୍ରେଣ୍ଡ ଚାଲିଛି।

ଇୟର ବଡ୍ସ

ବର୍ତ୍ତମାନ ସମୟରେ ସ୍ମାର୍ଟ ଗ୍ୟାଜେଟ୍‌ ପ୍ରତି ଯୁବପିଢ଼ି ବେଶୀ ଆକର୍ଷିତ ହେଉଛନ୍ତି। ସେ ମଧ୍ୟରେ ଏବେ ଟ୍ରେଣ୍ଡିଂରେ ରହିଛି ଇୟର-ବଡ୍‌ସ।  ବଜାରରେ ଭଳି କି ଭଳି ବିଭିନ୍ନ ରଙ୍ଗ ଓ ଷ୍ଟାଇଲର ପ୍ରଡକ୍ଟ ମିଳୁଛି। ଯାହା ଦେଖିବାକୁ ଏକଦମ ଛୋଟ। କାନରେ ଲଗାଇଲେ ଏହା ଏକ ସ୍ମାର୍ଟ ଲୁକ୍ ଦେବା ସହିତ ଯୁବପିଢ଼ିଙ୍କ ଫ୍ୟାଶନରେ ବି ପରିଣତ ହୋଇଛି। ବଡ୍‌ସଗୁଡ଼ିକ ସାଧାରଣଃ ଗୀତ ଶୁଣିବା ସହିତ କଥା ହେବା, ନଏଜ କ୍ୟାନସେଲେସନ, ପ୍ରମୁଖ ଫିଚର ସହ ଆସୁଛି। ସାଉଣ୍ଡ କ୍ୱାଲିଟି ମଧ୍ୟ ଉନ୍ନତ ଅଛି।

ବ୍ଲୁଟୁଥ୍‌ ନେକବ୍ୟାଣ୍ଡ୍‌

ଆପଣ ଦେଖିଥିବେ ଆଜିକାଲି ଅଧିକାଂଶ ଯୁବକ ଯୁବତୀଙ୍କ ବେକରେ ଗୋଟିଏ ପ୍ଲାଷ୍ଟିକର ତାର। ଏହା ଏବେ ଏକ ନୂଆ ଫ୍ୟାଶନରେ ପରିଣତ ହୋଇଛି। କଲେଜ୍‌ ପଢ଼ୁଆ ପିଲା ହୁଅନ୍ତୁ ବା କର୍ମଜୀବୀ, ଏପରି ନେକବ୍ୟାଣ୍ଡର ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏଥିରେ ମଧ୍ୟ ଗୀତ ଶୁଣିବା ସହ ଫୋନ୍‌ରେ କଥା‌ ହେବା ଭଳି ଫିଚର ରହିଛି। ବଜାରରେ ୱାନ୍‌ପ୍ଲସ୍‌, ବୋଟ୍‌, ରିୟଲ-ମି, ଇନଫିନିଟି, ପାନାସୋନିକ, ସୋନି, ନଏଜ୍‌, ବୋଲ୍ଟ ଭଳି ବ୍ରାଣ୍ଡର ପ୍ରଡକ୍ଟ ମିଳୁଛି। ୧ ହଜାରରୁ ଆରମ୍ଭ କରି ୧୦ ହଜାର ଟଙ୍କା ଭିତରେ ଗ୍ରାହକ ଏହାକୁ କିଣିପାରୁଛନ୍ତି।

ୱେୟାରଲେସ ହେଡଫୋନ

ଅଧିକାଂଶ ଯୁବକ ଓ ଯୁବତୀଙ୍କୁ ଉଚ୍ଚ ଶବ୍ଦରେ ଗୀତ ଶୁଣିବାକୁ ଭଲ ଲାଗିଥାଏ। ବଜାର‌‌ରେ ମିଳୁଥିବା ବିଭିନ୍ନ ପ୍ରକାର ୱେୟାରଲେସ୍‌ ହେଡ୍‌ଫୋନ୍‌ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିପାରୁଛି। ମର୍ଣ୍ଣିଂ ଓ୍ୱାକ, ଯୋଗ ବା ବ୍ୟାୟାମ ଓ ଡ୍ୟାନ୍ସ କରିବା ବେଳେ ଯୁବପିଢ଼ି ଏ ପ୍ରକାର ହେଡ୍‌ଫୋନ୍‌ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି।  ବୋଟ୍‌, ଇନ୍‌ଫିନିଟି, ସୋନି ଓ ଜେବିଏଲ୍‌ ଆଦି କମ୍ପାନିଗୁଡ଼ିକର ହେଡ୍‌ଫୋନ୍‌ର ବଜାରରେ ଏବେ ବେଶ୍‌ ଚାହିଦା।  ବ୍ଲୁଟୁଥ୍‌ ସ୍ପିକର

ଯୁବପିଢ଼ିଙ୍କ ଭିତରେ ଏବେ ବ୍ଲୁଟୁଥ୍‌ ସଂଯୋଗ ଥିବା ସ୍ପିକରର ବେଶ୍‌ ଚାହିଦା ରହିଛି। ଏବେ ବଜାରରେ ଦୁଇ ପ୍ରକାର ବ୍ଲୁଟୁଥ୍‌ ବିକ୍ରି ହେଉଛି। ଗୋଟିଏ ହେଉଛି ତାର ଲାଗିଥିବା ବା ଫିକ୍ସଡ ସ୍ପିକର ଓ ଅନ୍ୟଟି ହେଉଛି ପୋର୍ଟେବଲ ସ୍ପିକର। ଘରେ, ଗାଡ଼ିରେ ଏବଂ କୌଣସି ସ୍ଥାନରେ ଭୋଜି କଲା ବେଳେ ଏଥିରେ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି।

Comment