ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତର ଅତି ପରିଚିତ ଚେହେରା ଶ୍ରୀକାନ୍ତ ଗୌତମ। ଏକାଧାରରେ ଜଣେ ଗୀତିକାର, ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ଅଭିନୟ ହେଉ କି ଗୀତ ସବୁଠି ତାଙ୍କର ନିଆରା ଅନ୍ଦାଜକୁ ଦର୍ଶକେ ପସନ୍ଦ କରିଛନ୍ତି।

‘ମଥୁରା ବିଜୟ’, ‘ଏଇ ଆଖି ଆମ ସାକ୍ଷୀ’, ‘ପାଚେରୀ ଉଠିଲା ମଝି ଦୁଆରୁ’, ‘ପଞ୍ଚୁ ପାଣ୍ଡବ’ଆଦି ସିନେମାରେ ଶ୍ରୀକାନ୍ତଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି। ସେହିପରି ସେ‘ବାଟରେ ଚାଲୁ ଚାଲୁ’, ‘ହେ ସମୟ’ ଭଳି ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି।

ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଶ୍ରୀକାନ୍ତ ଗୌତମ ତାଙ୍କ ଅଭିନୟ, ସଙ୍ଗୀତ ଯାତ୍ରା ଏବଂ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ ଜଣା ଅଜଣା କଥା ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସମ୍ପୂର୍ଣ୍ଣ ଭିଡିଓ ସାକ୍ଷାତକାର।

Tags: #SrikantGoutam #OdiaCinema #Ollywood #OdiaMusic #Music #Entertainment

Comment