ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଦୁନିଆର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟକୁ ସଙ୍ଗୀତର ତାଳରେ ସଜେଇ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ଓମ୍ ପ୍ରକାଶଙ୍କ ସଙ୍ଗୀତର ସ୍ଵତନ୍ତ୍ରତା। ତାଙ୍କ ସଙ୍ଗୀତରେ ଝଲସେ ଓଡ଼ିଆ ସଂସ୍କୃତି ଏବଂ ଲୋକଗୀତିର ବାସ୍ନା। ‘ମାୟାଦର୍ପଣ’, ‘ହାତୀ ସଜ କର’, ‘ଦେହ ବିଦେହ’ ହେଉଛି ତାଙ୍କର କିଛି ଲୋକପ୍ରିୟ ଆଲବମ୍। ଶ୍ରୋତାମାନଙ୍କୁ ପ୍ରାୟ ସାତ ହଜାରରୁ ଅଧିକ ଗୀତ ଭେଟି ଦେଇଥିବା ଓମ୍ ପ୍ରକାଶ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ରୁଚି ରଖନ୍ତି।ଓଡ଼ିଶାଲାଇଭ୍‌କୁ ବିଶେଷ ସାକ୍ଷାତକାର ଦେଇ ଓମ୍ ପ୍ରକାଶ ମହାନ୍ତି ତାଙ୍କ ସଙ୍ଗୀତ-ଜୀବନ ଯାତ୍ରା ବିଷୟରେ ଅନେକ ଜଣା ଅଜଣା କଥା ବର୍ଣ୍ଣନା କରିଛନ୍ତି। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର।

Tags: #OmprakashMohanty #Music #OdiaMusic #MayaDarpan #HatiSajaKara #Ollywood #Entertainment

Comment