ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଯୁବପିଢ଼ିଙ୍କ ପାଖରେ ଗୋଟେ ନା ଗୋଟେ ଇୟର ଫୋନ୍ ରହିଥାଏ। କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥା’ନ୍ତି, ତ କିଏ ଇୟର ଫୋନ୍ ବ୍ୟବହାର କରି କଥା ହୋଇଥା’ନ୍ତି। ଯଦି କାନରେ ଘଣ୍ଟା ଘଣ୍ଟା ଦେଇ ଗୀତ ଶୁଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ଆପଣଙ୍କ କାନ ଏବଂ ମସ୍ତଷ୍କ ପାଇଁ କ୍ଷତିକାରକ ହୋଇଥାଏ।

ହୋଇଯାନ୍ତୁା ଇୟର ଫୋନ୍ ସବୁବେଳେ କାନରେ ଦେବା ଫଳରେ ଏହା କାନ ଉପରେ କୁପ୍ରଭାବ ପକାଇଥାଏ।

ଅଧିକ ସମୟ ଇୟର ଫୋନ୍ ବ୍ୟବହାର କରିବା ଦ୍ୱାରା ତାହା ଆପଣଙ୍କ କାନ ଉପରେ କୁପ୍ରଭାବ ପକାଇବା ସହ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ। ଯଦି କୌଣସି ବ୍ୟକ୍ତି ୨ଘଣ୍ଟାରୁ ଅଧିକ ସମୟ ୯୦ ଡେସିବାଲରେ ଗୀତ ଶୁଣେ ତେବେ ଖୁବ ଶୀଘ୍ର ତା’ର କାନ ବଧିର ହୋଇଯିବା ସହ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏା

ଅଧିକ ସାଉଣ୍ଡ ଦେଇ ଇୟର ଫୋନ୍‌ରେ ଗୀତ ଶୁଣିବା ଦ୍ୱାରା କାନ ଖରାପ ହେବାର ଆଶଙ୍କା ଅଧିକ ଥାଏ।

ଇୟର ଫୋନରୁ ଆସୁଥିବା ବିଦ୍ୟୁତ ତରଙ୍ଗ ଯୋଗୁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରବାହ ପକାଇଥାଏା ଯାହାଫଳରେ ମୁଣ୍ଡ ବିନ୍ଧା ହୋଇଥାଏା

ସବୁବେଳେ ଇୟର ଫୋନରେ ଗୀତ ବା କଥା ହେବା ଫଳରେ ତାହା ବ୍ୟକ୍ତିର କାନରେ କୁପ୍ରଭାବ ପକାଇଥାଏ। ଯାହାଫଳରେ ଦୂର ଶବ୍ଦ ଶୁଣିବାକୁ ବ୍ୟକ୍ତି ସକ୍ଷମ ହୋଇ ନଥାଏ।

ବହୁତ ସମୟ ଧରି ଇୟର୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ଏବଂ ଶସ୍ତା ଇୟର୍ ଫୋନ୍ ବ୍ୟବହାର ନକରି ଉତ୍ତମମାନର ଇୟର୍ ଫୋନ୍ ବ୍ୟବହାର କରନ୍ତୁ।

Comment