ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ସ୍ୱାମୀ ପରିତ୍ୟକ୍ତା ମୁସଲିମ୍ ମହିଳାମାନେ ସହରର ରେଡ୍‌ ଲାଇଟ୍‌ ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି।’’

ବିଧାନସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ। ଏହି ବୟାନ ଏବେ ବିଷ୍ଣୁଙ୍କୁ ବିବାଦକୁ ଟାଣିଛି। ବିଧାନସଭାରେ ଏଭଳି ମନ୍ତବ୍ୟ ଦେବା ଘଟଣାକୁ ନେଇ ବିଜେଡି ଏବଂ ବିଜେପି ବିଷ୍ଣୁଙ୍କୁ ଘେରିଛନ୍ତି।

ବିଷ୍ଣୁ କ୍ଷମା ମାଗନ୍ତୁ, ନହେଲେ କଂଗ୍ରେସ ସାରା ରାଜ୍ୟରେ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଛି।

ଗତ ୩୦ ତାରିଖରେ ରାଜ୍ୟସଭାରେ ପାସ୍‌ ହୋଇଥିଲା ତିନି ତଲାକ୍‌ ବିଲ୍‌। ଏହାକୁ ବିଜେଡି ସମର୍ଥନ କରିଥିଲା। ତିନି ତଲାକ୍‌ ବିଲକୁ ବିଜେଡିର ସମର୍ଥନକୁ ନେଇ କଂଗ୍ରେସ ଉଭୟ ଦଳକୁ କରିଥିଲା ଟାର୍ଗେଟ। ଗତ ଦୁଇ ଦିନ ହେଲା ଏହି ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ କରିଥିଲା କଂଗ୍ରେସ। ବିଜେପି-ବିଜେଡି ଭିତରେ କ’ଣ ସମ୍ପର୍କ ଅଛି ତାହା ସ୍ପଷ୍ଟ ହେବା ଦରକାର ବୋଲି କଂଗ୍ରେସ ଦାବି କରିଥିଲା।

ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ଆଲୋଚନା ଚାଲିଥିଲା। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜ ଆସନରେ ଛିଡ଼ା ହୋଇ ତିନି ତଲାକ୍‌ ବିଲ୍‌ ଉପରେ ଆଲୋଚନା କରିଥିଲେ।

‘‘ତଲାକ୍‌ ପାଇବା ପରେ ଅନେକ ମୁସଲିମ୍‌ ମହିଳାମାନେ ହାରାଶ ହୋଇ ଯାଆନ୍ତି। ସେମାନେ ସହରର ରେଡ୍‌ ଲାଇଟ୍ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି। ବେଶ୍ୟାବୃତ୍ତିକୁ ଆପଣାଇଥାନ୍ତି’’, ଏହା କହିଥିଲେ ବିଷ୍ଣୁ ସେଠୀ।

ବିଷ୍ଣୁଙ୍କର ଏହି ମନ୍ତବ୍ୟକୁ ନେଇ ବିଜେଡି ଓ କଂଗ୍ରେସ ଟାର୍ଗେଟ କରିଥିଲେ।

‘‘ବିଧାୟକ ବିଷ୍ଣୁ ସେଠୀ ବିଧାନସଭାରେ ଯାହା କହିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। ମୁସଲିମ୍ ମହିଳାଙ୍କୁ ସେ ଅପମାନିତ କରିଛନ୍ତି। ସେ କ୍ଷମା ମାଗନ୍ତୁ’’, କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଏପଟେ ବିଜେଡି ବି କଂଗ୍ରେସ ବିଧାୟକଙ୍କ ସ୍ୱରରେ ସ୍ୱର ମିଳାଇଛି। ମହିଳାମାନଙ୍କ ପ୍ରତି ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି ବିଜେଡି କହିଛି।

ଏହାର ଜବାବ ଦେଇ ବିଷ୍ଣୁ ପୁଣି କହିଛନ୍ତି, ‘‘ବିଭିନ୍ନ ଗଣମାଧ୍ୟମରେ ଏହି ଖବର ବାହାରୁଛି। ଟିଭି ଏବଂ ରେଡିଓରେ ଆଲୋଚନା ହେଉଛି। ମୁଁ କହିଦେଲି ଯେ କ’ଣ ବେଦ ଅଶୁଦ୍ଧ ହୋଇଗଲା?’’

LEAVE A REPLY

Please enter your comment!
Please enter your name here