ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ୨ହଜାରରୁ ଅଧିକ ଆବେଦନକାରୀ ଆବେଦନ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟାନ୍ୟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନ କରିବାର ଶେଷ ତାରିଖ ସରିଯାଇଛି। ଏନେଇ ଆସନ୍ତା ୧୩ ତାରିଖରେ ଆବେଦନକାରୀଙ୍କ ସାକ୍ଷାତକାର ରହିଛି।

ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ପଦରେ ରବି ଶାସ୍ତ୍ରୀ ରହିଛନ୍ତି। ଅନ୍ୟପକ୍ଷରେ ଏହି ପଦ ପାଇଁ ୨ହଜାର ଆବେଦନକାରୀ ରହିଥିବା ବେଳେ ଚୟନ କରିବାକୁ ଅଧିକ କସରତ ହୋଇପାରେ। ଏହି ଆବେଦନକାରୀଙ୍କ ସାକ୍ଷାତକାର ନେବେ କିମ୍ଵଦନ୍ତୀ କ୍ରିକେଟର କପିଳ ଦେବ, ଅଂଶୁମାନ ଗାଏକ୍ଵାଡ୍, ଶାନ୍ତା ରଙ୍ଗାସ୍ଵାମୀ।

ମୁଖ୍ୟ କୋଚ ଦୌଡ଼ରେ ରବି ଶାସ୍ତ୍ରୀ ଆଗୁଆ ରହିଥିବା ବେଳେ ଟମ୍ ମୁଡି, ନ୍ୟୁଜିଲାଣ୍ଡର ମାଇକ ହେସେନ ରହିଛନ୍ତି। ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ରବିନ ସିଂହ ଓ ଲାଲଚାନ୍ଦ ରାଜପୁତ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସ ଫିଲ୍ଡିଂ କୋଚ ପାଇଁ ଆବେଦନ କରିଥିବା ବେଳେ ବୋଲିଂ କୋଚ ପାଇଁ ପୂର୍ବତନ ଭାରତୀୟ ପେସ ବୋଲର ଭେଙ୍କଟେସ ପ୍ରସାଦ ଆବେଦନ କରିଛନ୍ତି। ବର୍ତ୍ତମାନ ପାଇଁ ଭାରତୀୟ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅନ୍ୟମାନଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଛି।

Comment