ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର୍ଏସ୍ଏଏମ୍’ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣ ହୋଇଛି। ୩୦ କିଲୋମିଟର ଦୂରବର୍ତ୍ତି ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷଙ୍କୁ ଭେଦ କରିବାର କ୍ଷମତା ରଖିଛି ଏହି କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ୍ ‘କ୍ୟୁଆର୍ଏସ୍ଏଏମ୍’ କ୍ଷେପଣାସ୍ତ୍ର।
ରବିବାର ପୂର୍ବାହ୍ନ ୧୧ଟା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ଏହାକୁ ଲଞ୍ଚ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ‘କ୍ୟୁଆର୍ ସାମ୍’କୁ ‘ଡିଆର୍ଡିଓ’ ଏବଂ ‘ଭାରତ ଇଲେକ୍ଟ୍ରୋନିକସ୍ ଲିମିଟେଡ୍’ ସହଯୋଗ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାକୁ ପ୍ରଦାନ କରାଯିବ।