ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପାଇଁ ମୋଦି ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ। ରାଜ୍ୟସଭାରେ ବିଲ୍ ପାସ୍‌ ହେବା ପରେ ଆସନ୍ତାକାଲି ଲୋକସଭାରେ ଏହା ଉପସ୍ଥାପନ କରାଯିବ।

ଧାରା ୩୭୦ ଉଛେଦ ହେବା ପରେ ଜମ୍ମୁ କଶ୍ମୀରବାସୀଙ୍କୁ ଭାରତୀୟ ସମ୍ବିଧାନ ଅନୁସାରେ ସମସ୍ତ ସୁବିଧା ସୁଯୋଗ ମିଳିବ। ଏବେ ଜାଣନ୍ତୁ ପୂର୍ବରୁ ଜମ୍ମୁ କଶ୍ମୀରରେ ଥିଲା କ’ଣ ଏବଂ ଏବେ ହେବ କ’ଣ?

ଆଗରୁ କ’ଣ ଥିଲା?

  • ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ମିଳୁଥିଲା
  • ଦୁଇଟି ନାଗରିକତା ପ୍ରମାଣପତ୍ର ପାଉଥିଲେ ଜମ୍ମୁ କଶ୍ମୀରବାସୀ
  • ଜମ୍ମୁ କଶ୍ମୀରରେ ତ୍ରିରଙ୍ଗା ବଦଳରେ ଉଡୁଥିଲା ସ୍ୱତନ୍ତ୍ର ପତାକା
  • ଧାରା ୩୫୬ ଏହି ରାଜ୍ୟରେ ଲାଗୁ ହେଉ ନଥିଲା
  • ଧାରା ୩୬୦ ମଧ୍ୟ ଏଠାରେ ଲାଗୁ ହେଉ ନଥିଲା
  • ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ନିୟମ ଲାଗୁ ହେଉ ନଥିଲା
  • ଭାରତର ଅନ୍ୟ ରାଜ୍ୟର ଲୋକ ଜମ୍ମୁ କଶ୍ମୀରରେ ଜମିବାଡ଼ି କିଣିପାରୁ ନଥିଲେ
  • ସୂଚନା ଅଧିକାର ନିୟମ ଏଠାରେ ଲାଗୁ ହୋଇ ନଥିଲା
  • ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ଥିଲା
  • କଶ୍ମୀର ଝିଅ ଅନ୍ୟ ରାଜ୍ୟରେ ବାହା ହେଲେ ସେମାନଙ୍କର ନାଗରିକତ୍ୱ କଶ୍ମୀରରେ ରବ୍ଦ ହେଉଥିଲା
  • ପାକିସ୍ତାନ ପୁଅ କଶ୍ମୀର ଝିଅଙ୍କୁ ବାହା ହେଲେ ସେହି ପୁଅକୁ କଶ୍ମୀରର ନାଗରିକତ୍ୱ ମିଳୁଥିଲା

ଏବେ ହେବ କ’ଣ?

  • ଜମ୍ମୁ କଶ୍ମୀରକୁ ଏଣିକି କୌଣସି ସ୍ୱତନ୍ତ୍ର ଅଧିକାର ମିଳିବ ନାହିଁ
  • ଏକକ ନାଗରିକତ୍ୱ ପ୍ରମାଣପତ୍ର ରହିବ
  • ଜମ୍ମୁ କଶ୍ମୀରରେ କେବଳ ଭାରତର ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ
  • ଧାରା ୩୫୬ ଏବଂ ୩୬୦ ଲାଗୁ ହେବ
  • ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଲାଗୁ ହେବ ସଂରକ୍ଷଣ ନିୟମ
  • ଅନ୍ୟ ରାଜ୍ୟର ଲୋକେ ଜମ୍ମୁ କଶ୍ମୀରରେ ଜମିବାଡ଼ି କିଣି ପାରିବେ
  • ସୂଚନା ଅଧିକାର ନିୟମ ଲାଗୁ ହେବ
  • ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ରହିବ
  • ଏଣିକି କଶ୍ମୀର ଝିଅ ଅନ୍ୟ ରାଜ୍ୟରେ ବାହା ହେଲେ ରବ୍ଦ ହେବନି ନାଗରିକତ୍ୱ
  • କଶ୍ମୀର ଝିଅକୁ ପାକିସ୍ତାନୀ ପୁଅ ବାହା ହେଲେ ଆଉ ମିଳିବନି ନାଗରିକତ୍ୱ ପ୍ରମାଣପତ୍ର

Comment