ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ କଂଗ୍ରେସ କଡ଼ା ବିରୋଧ କରିଛି। କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏନେଇ ବିଜେପିକୁ କଡ଼ା ସାମଲୋଚନା ମଧ୍ୟ କରିଛନ୍ତି। ବିଜେପି ଭୋଟ ପାଇଁ ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି।

‘‘କାଶ୍ମୀର ଯେଉଁଠି କଶ୍ମୀରୀ ପଣ୍ଡିତ, ମୁସିଲିମ ଓ ଶିଖ୍‌ ବସବାସ କରନ୍ତି। ଜମ୍ମୁ ଯେଉଁଠି ୬୦ ପ୍ରତିଶତ ମୁସଲିମ୍‌ ଓ ୪୦ ପ୍ରତିଶତ ହିନ୍ଦୁ ରହନ୍ତି। ଏହି ରାଜ୍ୟକୁ ୩୭୦ ଧାରା ହିଁ ବାନ୍ଧି ରଖିଥିଲା। ୩୭୦ ଧାରା ଉଚ୍ଛେଦ ହେବା ସହ ବିଜେପି ସରକାର ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି ଭାଗରେ ଖଣ୍ଡ ଖଣ୍ଡ କରିଦେଲା। ଭାରତ ଇତିହାସରେ ଏହା ଏକ କଳା ଦିବସ।‘‘, କହିଛନ୍ତି ଗୁଲାମ ନବୀ ଆଜାଦ।

ଆଜିର ନିଷ୍ପତ୍ତି ଅନୁସାରେ ଜମ୍ମୁ କଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ରହିବ ନାହିଁ। ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ହେବ ଜମ୍ମୁ କଶ୍ମୀର। ଜମ୍ମୁ କଶ୍ମୀରର ଆଇନ ଶୃଙ୍ଖଳା ନିୟନ୍ତ୍ରଣ  କେନ୍ଦ୍ର ସରକାରଙ୍କ ହାତରେ ରହିବ। ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ କଶ୍ମୀରରେ ସମାନ ବ୍ୟବସ୍ଥା ରହିବ।

Comment