ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ଐତିହାସିକ ନିଷ୍ପତ୍ତି କ୍ରମେ ସୋମବାର କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହାକୁ ନେଇ ଦେଶବ୍ୟାପି ଏବେ ଚର୍ଚ୍ଚା ହେବାରେ ଲାଗିଛି।
ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ବାଜା ବଜାଇ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଲୋକେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ।
ଜମ୍ମୁକଶ୍ମୀର ପ୍ରସଙ୍ଗରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୋଦି ଦେଶବାସୀଙ୍କ ଜଣାଇବେ। ଦେଶବାସୀଙ୍କୁ ସମ୍ବୋଧନ ଦେବାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ଡାକିବା ସହ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ଆଲୋଚନା କରିବେ।
ଏଥିସହ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।


















