ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ ସ୍ୱର୍ଗତଃ ଶ୍ରୀଦେବୀଙ୍କ ଜୀବନୀ ଉପରେ ଖୁବଶୀଘ୍ର ଏକ ପୁସ୍ତକ ପ୍ରକାଶ ପାଇବ। ‘‘ପେଙ୍ଗୁଇନ ରେଣ୍ଡମ ହାଉସ୍ ଇଣ୍ଡିଆ” ଏହି ପୁସ୍ତକ ପ୍ରକାଶ କରିବାକୁ ଘୋଷଣା କରିଛି। ଆଜି ତାଙ୍କ ୫୬ତମ ଜନ୍ମଦିନ ଅବସରରେ ଏହି ଘୋଷଣା ହୋଇଛି।
ଏହି ବହିର ନାଁ “ଶ୍ରୀଦେବୀ: ଗାର୍ଲ ଓମେନ୍ ସୁପରଷ୍ଟାର” ରହିବ। ଜଣେ ବରିଷ୍ଠ ଲେଖକ ସତ୍ୟାର୍ଥ ନାୟକ ଏହି ବହି ଲେଖିଛନ୍ତି। ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏଥିରେ ସହମତି ଦେଇଛନ୍ତି।
ଏହି ବହିରେ ଲେଖକ ଶ୍ରୀଦେବୀଙ୍କ ଜୀବନ ସହ ଜଡ଼ିତ ପ୍ରତି ଘଟଣାକୁ ଲେଖକ ସ୍ଥାନ ଦେଇଛନ୍ତି। ଆଜି ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ଅଭିନେତ୍ରୀ ବିଦ୍ୟା ବାଲାନ ଏହି ବହିର କଭର୍ ପେଜକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
୨୦୧୮, ଫେବ୍ରୁଆରିରେ ୫୪ ବର୍ଷ ବୟସରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା।
















