ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ଆସନ୍ତା ଅଗଷ୍ଟ ୨୯ରୁ ଡିଟିସି ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ର କରି ପାରିବେ। ବୁଧବାର ଛତ୍ରଶାଳା ଷ୍ଟାଡିୟମ୍‌ରେ ସ୍ୱାଧୀନତା ଦିବସ ପାଳନ ହେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।

ଗତ ଜୁନ୍‌ ମାସରେ ଏନେଇ କେଜ୍ରିୱାଲ କହିଥିଲେ ଯେ, “ଖୁବ୍‌ଶୀଘ୍ର ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ର କରିପାରିବେ। ଏହି ସୁବିଧା ଦ୍ୱାରା ଦିଲ୍ଲୀରେ ୪୦ ହଜାର ମହିଳା ଉପକୃତ ହେବେ। ଏଥିପାଇଁ ଦିଲ୍ଲୀ ସରକାର ଚଳିତ ବର୍ଷ ୭୦୦ କୋଟି ଟଙ୍କା ବ୍ୟୟ ଭାର ବହନ କରିବେ।”

ଚଳିତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ଦିଲ୍ଲୀକୁ ଅକ୍ତିଆର କରିଛି। ମୋଟ ୭ଟି ସଂସଦୀୟ କ୍ଷେତ୍ରରେ ବିଜେପିର ସବୁଠୁ ବଡ଼ ବିଜୟ ହୋଇଛି। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ଥିବା ବେଳେ କେଜ୍ରିୱାଲ ସରକାରର ଏହି ପଦକ୍ଷେପକୁ ବିରୋଧି ନିର୍ବାଚନ ଚାଲ୍‌ବାଜି ବୋଲି କହିଛନ୍ତି।

Comment