ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଯୁକ୍ତ ୩ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍‌ରେ ଆଜିଠୁ ସ୍ପଟ୍‌ ଆଡମିଶନ୍‌ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଶୁକ୍ରବାର ଓ ଶନିବାର ଦୁଇ ଦିନ ମଧ୍ୟରେ କଲେଜ୍‌ ଯାଇ ସିଧାସଳଖ ନାମ ପଞ୍ଜୀକରଣ କରିପାରିବେ।

୧୮ ତାରିଖରେ କଲେଜଗୁଡ଼ିକ ସିଲେକ୍ସନ୍‌ ତାଲିକା ପ୍ରକାଶ କରିବ। ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ୧୯ ଓ ୨୧ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆଡମିଶନ ଫି ଡିପୋଜିଟ୍‌ କରିପାରିବେ।

୨୩ ତାରିଖରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ୨୪ ତାରିଖରୁ କଲେଜ୍‌ଗୁଡ଼ିକରେ ପାଠ୍ୟକ୍ରମ ଆରମ୍ଭ ହେବ।

ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନାମଲେଖା ସରିଛି। ତେବେ ଅନେକ କଲେଜ୍‌ରେ ସିଟ୍‌ ଖାଲି ପଡ଼ିଥିବାରୁ ଏହି ସିଟ୍‌ ଭର୍ତ୍ତି କରିବା ପାଇଁ ସ୍ପଟ୍‌ ଆଡ୍‌ମିଶନ୍‌ କରାଯାଉଛି।

Comment