ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀ ଏମ୍ସ ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ନିଆଁ ଲିଭାଇବାକୁ ୩୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡର ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏନେଇ ଅଗ୍ନିଶମ ଅଧିକାରୀ କୌଣସି ସୂଚନା ଦେଇ ନାହନ୍ତି।

ମେଡିକାଲରେ ନିଆଁ ଲାଗିବା ଦେଖି ରୋଗୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦ୍ୱିତୀୟ ମହଲାରେ ଥିବା ରୋଗୀଙ୍କୁ ବାହାରକୁ ନିଆଯାଉଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଗୃହମନ୍ତ୍ରୀ ଆଦି ପ୍ରମୁଖ ବ୍ୟକ୍ତିଙ୍କର ମେଡିକାଲକୁ ଯିବା ଆସିବା ଲାଗି ରହିଛି। ଏହାରି ମଧ୍ୟରେ ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here