ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଅପରାଜିତା
  • ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
  • ଏହି ଧାରା ଉଚ୍ଛେଦ କଶ୍ମୀରର ବିକାଶରେ ସହାୟକ ହେବ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସ୍ୱାଧୀନତାର ୭୦ ବର୍ଷ ପରେ ଏହି ଧାରା ଉଛେଦ ହୋଇଥିବାରୁ ସେ ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଇଥିଲେ।

‘‘ପୂର୍ବରୁ ଯେଉଁମାନେ ନୀତି ନିର୍ଦ୍ଧାରଣ କରିଥିଲେ ସେମାନେ ମସ୍ତବଡ଼ ଭୁଲ କରିଥିଲେ। ଏବେ ଏହି ଧାରା ଉଛେଦ ହେବା ପରେ ସାରା ଦେଶରେ ଗୋଟିଏ ନିୟମ ଚାଲିବ। ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ ହେବ’’, କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଧାରା ୩୭୦ ଯୋଗୁଁ ଜମ୍ମୁ କଶ୍ମୀରର ବିକାଶ ସମ୍ଭବପର ହେଉ ନଥିଲା। ସେଠାକାର ନାଗରିକମାନଙ୍କୁ ଏଥିପାଇଁ ବେରୋଜଗାର ହୋଇ ରହିବାକୁ ପଡୁଥିଲା। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ପୁଞ୍ଜିନିବେଶ ସହଜ ହୋଇପାରିବ। ଲୋକମାନେ ରୋଜଗାରକ୍ଷମ ହୋଇପାରିବେ। ମୁଖ୍ୟତଃ ପର୍ଯ୍ୟଟନ କ୍ଷେତ୍ରରେ କଶ୍ମୀର ବହୁତ ଉନ୍ନତି କରିପାରିବ ବୋଲି ସେ କହିଛନ୍ତି।

‘ଗୋଟିଏ ରାଷ୍ଟ୍ରରେ ଗୋଟିଏ ବିଧାନ’ ହିଁ ସମ୍ଭବ ବୋଲି ସେ କହିଥିଲାବେଳେ ଏହି ବିଲକୁ ସମର୍ଥନ କରିଥିବା ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା।

LEAVE A REPLY

Please enter your comment!
Please enter your name here