ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବତନ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।

ଲଲାଟେନ୍ଦୁ ପରିଜା ପ୍ରସିଦ୍ଧ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ଥିଲେ। ସେ ଦୁଇଥର ଓଡ଼ିଶାର ମୁଖ୍ୟ ସାଚନ ସଚିବ ଦାୟିତ୍ଵରେ ରହିଛନ୍ତି। ଏହାସହ ଓଡ଼ିଶା ପ୍ରଶାସନିକ ସେନା ଆୟୋଗର ଅଧ୍ୟକ୍ଷ ଥିଲେ। କେବଳ ପ୍ରଶାସନିକ କ୍ଷେତ୍ର ନୁହେଁ ଖେଳରେ ମଧ୍ୟ ସେ ପାରଙ୍ଗମ ଥିଲେ। ସେ ଓଡ଼ିଶା ରଣଜି ଦଳର ପୂର୍ବତନ ଅଧିନାୟକ ଥିଲେ।

ନିକଟରେ ୨୦୧୯ ମାର୍ଚ୍ଚ ୨୦ କଟକଠାରେ ତାଙ୍କର ‘ଫେଟ ଟେକ୍‌ ଏ ହ୍ୟାଣ୍ଡ’ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here