ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବିର ଅର୍ଥଶାସ୍ତ୍ର ସଙ୍ଗଠନ ‘ଏକ୍ସ-ଫିନ୍’ର ବାର୍ଷିକ ସମ୍ମିଳନୀ ‘ଫିନୋମିକ୍ସ’ ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ଥିଲା, ‘‘ଋଣ ପରିଶୋଧ ଅକ୍ଷମତା – ଏକ ନୂଆ ଆରମ୍ଭ ନା ଅନ୍ତ?’’। ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଋଣ ପରିଶୋଧ ଅକ୍ଷମତା ଏବଂ ଏହାର ସମାଧାନ ସହିତ ପରିଚିତ କରାଇବା।

ଏହି ସମ୍ମିଳନୀରେ ବକ୍ତାମାନଙ୍କ ମଧ୍ୟରେ ସିଏ ବିଶାଳ ଜୈନ, କିନୋଟ ଇଣ୍ଡିଆର ନିର୍ଦ୍ଦେଶକ – ଉଦୟ ପାଟିଲ, ଆରବିଏଲ ବ୍ୟାଙ୍କର ଉପ ନିର୍ଦ୍ଦେଶକ ସୋମଜୀତ ବେହେରା ଏବଂ ନୋମୁରା ଇଣ୍ଡିଆର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ଥିଲେ।

‘‘ଏକ ଅର୍ଥନୈତିକ ରାଷ୍ଟ୍ରରେ ଋଣ ପରିଶୋଧ ଅକ୍ଷମତା ପରି ସମସ୍ୟା କେବେ ବି ଉପୁଜିପାରେ। ବିଶେଷକରି ଭାରତ ପରି ଏକ ପ୍ରଗତିଶୀଳ ରାଷ୍ଟ୍ରରେ ଏହି ସମସ୍ୟା ଦେଖାଯିବାର ଅନେକ ସମ୍ଭାବନା ରହିଛି। ସେଥିପାଇଁ ଆମକୁ ପ୍ରଥମରୁ ପ୍ରସ୍ତୁତ ରହିବାକୁ ପଡ଼ିବ,’’ ଏହି ସମ୍ମିଳନୀରେ ଯୋଗଦେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂ ତଥା କିନୋଟ୍ କର୍ପୋରେଟ୍ ସର୍ଭିସେସ୍ ଲିମିଟେଡ୍‌ର ଏକଜିକ୍ୟୁଟିଭ୍ ଡିରେକ୍ଟର ଉଦୟ ପାଟିଲ ଏହା କହିଥିଲେ।

ସେହିପରି ଇନସଲଭ୍ୟାନ୍ସି ପ୍ରଫେସନାଲ୍ ତଥା ବିଶାଳ ଜି.ଜେନ୍ ଆଣ୍ଡ ଆସୋସିଏଟସ୍‌ର ଉପଦେଷ୍ଟା ବିଶାଲ ଜେନ୍ ଆଇବିସି କୋଡ୍ ଉପରେ ନିଜର ମତ ରଖିଥିଲେ।

ସେ କହିଥିଲେ ‘‘ଭାରତ ବର୍ତ୍ତମାନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଛି। ଯେଉଁଠି ଇନସଲଭ୍ୟାନ୍ସିର ଏକ ବିରାଟ ଭୂମିକା ରହିଛି। ଇନସଲଭ୍ୟାନ୍ସିକୁ ଦୂର କରିବା ପାଇଁ  ଆଇବିସି କୋଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’’

ଏହି ଅବସରରେ ଆରବିଏଲ୍ ବ୍ୟାଙ୍କର ଉପ ନିର୍ଦ୍ଦେଶକ ସୋମଜିତ୍ ବେହେରା ଯୋଗଦେଇ କହିଥିଲେ, ‘‘ମୁଁ ଦୀର୍ଘଦିନ ହେଲା ‘ଋଣ ପରିଶୋଧ ଅକ୍ଷମତା’ ସମସ୍ୟା ଉପରେ କାମ କରିଆସୁଛି। ମୋର ଅଭିଜ୍ଞତାରେ ମୁଁ ଏହା କହିବି ଯେ ପ୍ରତ୍ୟେକ ଦେଶରେ କେବେ ନା କେବେ ଏହି ସମସ୍ୟା ଉପୁଜେ କିନ୍ତୁ ଏହାର ପ୍ରାକ୍ ପ୍ରସ୍ତୁତି ନିହାତି ଆବଶ୍ୟକ।’’

ଶେଷରେ ପ୍ରଶ୍ନ ଉତ୍ତର ରାଉଣ୍ଡ ହୋଇଥିଲା। ଶେଷରେ ସମ୍ମିଳନୀର ବାର୍ଷିକ ପତ୍ରିକା ‘‘ଫିନଶାସ୍ତ୍ର’’ ଉନ୍ମୋଚିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here