ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅକ୍ଟୋବର ୩୧ ଯାଏଁ ଚାଲିବ ସଭ୍ୟ ସଂଗ୍ରହ
  • ସଭ୍ୟ ସଂଗ୍ରହ ପାଇଁ ୱେବସାଇଟ୍ ଉନ୍ମୋଚିତ
  • ସାଢ଼େ ୪ କୋଟି ଓଡ଼ିଶାବାସୀ ଆମ ପରିବାର : ନବୀନ

ବିଜେଡି ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ। ରାଜ୍ୟ କାର୍ଯ୍ୟାଳୟରୁ ଏହି ଅଭିଯାନକୁ ଆଜି ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ସଭ୍ୟ ହେବା ସହ ୨୪ ଜଣଙ୍କୁ ସଭ୍ୟ କରାଇଥିଲେ।

ଏହି ଅଭିଯାନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

‘‘ପବିତ୍ର ଗଣେଶ ପୂଜା ଅବସରରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ପରିବାର। ରାଜ୍ୟବାସୀ ଆମକୁ ଆଶୀର୍ବାଦ ଦେଇ ଆସୁଛନ୍ତି। ଏହି ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଆମେ ସେମାନଙ୍କୁ ପୁଣି ଭେଟିବା। ସେମାନଙ୍କ ଆଶୀର୍ବାଦ ନେବା ଏବଂ ସୁଖ ଦୁଃଖ ବୁଝିବା। ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ମଜଭୁତ କରିବା’’, କହିଥିଲେ ନବୀନ ପଟ୍ଟନାୟକ।

ନୂତନ ସଭ୍ୟ ସଂଗ୍ରହ ନିମନ୍ତେ ଦଳ ତରଫରୁ www.joinbjd.com ୱେବ୍‌ସାଇଟ୍‌ ଉନ୍ମୋଚନ କରାଯାଇଛି। ଖୁବ୍‌ଶୀଘ୍ର ମୋବାଇଲ୍‌ ଆପ୍‌ ମଧ୍ୟ ଉନ୍ମୋଚନ କରାଯିବ। ପଞ୍ଚାୟତର ପ୍ରତି ୱାର୍ଡରେ ସର୍ବନିମ୍ନ ୪ ଜଣ, ଏନଏସିର ପ୍ରତି ୱାର୍ଡରେ ୫ ଜଣ, ମ୍ୟୁନିସିପାଲଟିର ପ୍ରତି ୱାର୍ଡରେ ୧୫ ଜଣ, ମହାନଗର ନିଗମର ପ୍ରତି ୱାର୍ଡରେ ୪୦ ଜଣ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ସଭ୍ୟ ୨୪ ଜଣ ଲେଖାଏଁ ନୂତନ ସଭ୍ୟ କରାଇବାକୁ କୁହାଯାଇଛି।

କାର୍ଯ୍ୟକ୍ରମକୁ ସଭ୍ୟ ସଂଗ୍ରହ ଅଭିଯାନର ଆବାହକ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here